Wednesday , October 20 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପରେ ଏମ୍ପାୟାର୍ସ ପକ୍ଷରୁ ବେଙ୍ଗଲି ଫୁଡ୍ ଫେଷ୍ଟିଭାଲ

ପାରାଦୀପରେ ଏମ୍ପାୟାର୍ସ ପକ୍ଷରୁ ବେଙ୍ଗଲି ଫୁଡ୍ ଫେଷ୍ଟିଭାଲ

ପାରାଦୀପ ୦୭/୧୦/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ କଟକଣା କୋହଳ ହେବା ପରେ ପାରାଦୀପ ର ଏମ୍ପାୟାର୍ସ ହୋଟେଲ୍ ପକ୍ଷରୁ ସୋନାର ବାଙ୍ଗଲା ବେଙ୍ଗଲି ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି । ଏହି ପରୀପ୍ରେକ୍ଷୀ ରେ ଗୁରୁବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ହୋଟେଲ୍ ର ଜେନେରାଲ ମ୍ୟାନେଜର ସଂଜୟ ଅରୁଣ ମିଶ୍ର ସୂଚନା ଦେଇ କହଥିଲେ ଯେ, ଏମ୍ପାୟାର୍ସ ହୋଟେଲ ପରିସର ରେ ଅକ୍ଟୋବର ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ୍ ନିୟମ କୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗାମୀ ଦଶହରା ପର୍ବକୁ ଦୃଷ୍ଟିରେ ରଖି ଆୟୋଜିତ ହେଉଥିବା ଫୁଡ୍ ଫେଷ୍ଟିଭାଲରେ ପ୍ରାୟ ୪୫ ପ୍ରକାରର ସୁସ୍ୱାଦୁ ବେଙ୍ଗଲି ଖାଦ୍ୟ ପରିବେଷଣ କରାଯିବା ନେଇ ହୋଟେଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅତିଥିମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଥାଳି ୭୯୯ଟଙ୍କା ରହିଥିବା ବେଳେ ରାତ୍ର ଭୋଜନ ଥାଳି ୧୧୯୯ ଟଙ୍କା ରଖାଯାଇଛି । ଆଠ ଦିନ ଧରି ଚାଲିବାକୁ ଥିବା ଏହି ଫୁଡ୍ ଫେଷ୍ଟିଭାଲରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ପାୟାର୍ସ ହୋଟେଲ୍ ର ଡେପୁଟି ମ୍ୟାନେଜର ଭାବଗ୍ରାହୀ ବାରିକ ଓ ସେଲ୍ସ ମାର୍କେଟିଙ୍ଗ ମ୍ୟାନେଜର ଏମ୍.ଏମ.ଖାନ୍ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ …

Leave a Reply

Your email address will not be published. Required fields are marked *