Monday , December 6 2021
Breaking News
Home / ବିଶେଷ / ଧୂମାତ ସରପଂଚ ଫେରାର ଥିବାରୁ ନାଏବ ସରପଂଚଙ୍କୁ ଦାୟୀତ୍ୱ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

ଧୂମାତ ସରପଂଚ ଫେରାର ଥିବାରୁ ନାଏବ ସରପଂଚଙ୍କୁ ଦାୟୀତ୍ୱ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଂଚାୟତର ସରପଂଚ ନରହରୀ ପାଣି ସେହି ପଂଚାୟତର  ରିନାରାଣୀ ମଲ୍ଲିକ ନାମକ ଜଣେ ଜନଜାତି ମହିଳାଙ୍କୁ ଅସଦ୍ ବ୍ୟବହାର କରିଥିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ବିଭିନ୍ନ ଗୁରୁତର ଦଫାରେ ଗତ ସେପ୍ଟେମ୍ବରମାସ ୧୧ ତାରିଖରେ ନିକିରାଇ ଥାନାରେ ଏକ ମାମଲା ଦାଏର ହେବାରୁ ଅଭିଯୁକ୍ତ ଶ୍ରୀ ପାଣି ସେହିଦିନ ଠାରୁ ଫେରାର ହୋଇଯାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ପଂଚାୟତର ଶତାଧିକ ହିତାଧିକାରୀ ଗତ ମାସରେ ବିଭିନ୍ନ ଭତା ପାଇନଥିବା ବେଳେ ଏମ.ଜି.ଏନ୍.ଆର.ଇ.ଜି.ଏସ୍ ଯୋଜନାରେ ବହୁଲୋକ କାମ କରି ସେମାନଙ୍କ ପ୍ରାପ୍ୟ ପାଉନାହାଁନ୍ତି । ଆଗକୁ ଦଶହରା ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଦଶହରା ପୂର୍ବରୁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ପଂଚାୟତର ନାଏବ ସରପଂଚଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ବୁଧବାର ଧୂମାତ ପଂଚାୟତର ୧୧ନମ୍ବର ୱାର୍ଡର ୱାର୍ଡମେମ୍ବର ମଧୂସୁଦନ ପଣ୍ଡା, ୫ନମ୍ବର ୱାର୍ଡମେମ୍ବର ପ୍ରମୋଦ ବିଶ୍ୱାଳ, ୧୭ ନମ୍ବର ୱାର୍ଡମେମ୍ବର ମେଘନାଦ ସ୍ୱାଇଁ, ୧୫ ନମ୍ବର ୱାର୍ଡମେମ୍ବର ସୁରେନ୍ଦ୍ର ସାହୁ ଓ ୫ନମ୍ବର ୱାର୍ଡମେମ୍ବର ପଙ୍କଜ ସାହୁ ଏବଂ ପଂଚାୟତର ବହୁ ସ୍ୱେଚ୍ଛାସେବୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ  ଭେଟି ଦାବି କରିଥିଲେ । ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ନିର୍ଦ୍ଧେଶ ଦେଇଥିବା ୱାର୍ଡମେମ୍ବର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବ ଶତୃତାରୁ ସରପଂଚ ଶ୍ରୀ ପାଣି ଗତ ମାସ ୧୦ ତାରିଖରେ ରାସ୍ତା ଉପରେ ଅଭିଯୋଗ କାରିଣୀ ଦଳିତ ବର୍ଗର ମହିଳା ରିନାରାଣୀ ମଲ୍ଲିକଙ୍କୁ ଅସଦ୍ ବ୍ୟବହାର କରିବା ସହିତ ତାଙ୍କର ୬ଜଣ ସହଯୋଗୀଙ୍କ ସହିତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ରିନାରାଣୀଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କ ସ୍ୱାମୀ ଉମାକାନ୍ତ ଏବଂ ଶ୍ୱଶୁର ଅଦୈତଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଅଦୈତଙ୍କ ମୁଣ୍ଡ ଫାଟିଯିବାରୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିିତ ହୋଇ ଦୁଇଦିନ ତଳେ ଘରକୁ ଫେରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *