Friday , August 19 2022
Breaking News
Home / ବିଶେଷ / କେନ୍ଦ୍ରାପଡାରେ ଫଟୋଗ୍ରାଫରଙ୍କ କର୍ମଶାଳା

କେନ୍ଦ୍ରାପଡାରେ ଫଟୋଗ୍ରାଫରଙ୍କ କର୍ମଶାଳା

କେନ୍ଦ୍ରାପଡ଼ା,୦୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଯୁବ ଫଟୋଗ୍ରାଫରମାନଙ୍କ ପକ୍ଷରୁ ବୁଧବାର ଇଛାପୁରସ୍ଥିତ ପାୟଲ ପ୍ୟାଲେସରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେହି କର୍ମଶାଳାରେ ଯୁବ ଫଟୋଗ୍ରାଫରମାନେ ଯୋଗଦେଇ ଆଜିର ଯୁଗରେ ଫଟୋଗ୍ରାଫିର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ପର୍ବପର୍ବାଣୀ, ବିବାହ, ବ୍ରତମାନଙ୍କରେ ନୂତନ ଶୈଳୀରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଏବଂ ନୂତନ ଟେକନୋଲୋଜିକୁ ନେଇ ଡିଜିଟାଲ ପ୍ଲାଟଫର୍ମରେ ପ୍ରତିଯୋଗୀତା ବଢିବାରେ ଲାଗିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବର୍ତମାନ ନୂତନ ଟେକନୋଲୋଜିରେ ଡି.ଏସ.ଏଲ.ଆର. କ୍ୟାମେରା ବଦଳରେ ମିରର ଲେନ୍ସ କ୍ୟାମେରାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ନୂତନ ଟେକନୋଲୋଜି , ଶୈଳୀ ଓ କ୍ୟାମେରା ପରିଚାଳନା ସମ୍ପର୍କରେ ଯୁବ ଫଟୋଗ୍ରାଫରମାନଙ୍କୁ ଆଗାମୀ ବିବାହ ଋତୁକୁ ଦୃଷ୍ଟିରେ ରଖି ଏହି କର୍ମଶାଳାରେ କଲିକତାର ସୌମଜିତ ମିତ୍ର, ଓଡିଶାରୁ ଦେବେଶ ମାଝି, ଦେବାଂଶୁ ପଟ୍ଟନାୟକ, ସନ୍ତୋଷ କୁମାର ବେଜ, ସସ୍ମିତା ପ୍ରଧାନ ପ୍ରମୁଖ ତାଲିମ ପ୍ରଦାନ କରାଯାଇଥିଲା । କର୍ମଶାଳାକୁ ଯୁବ ଫଟୋଗ୍ରାଫର ଗତିକୃଷ୍ଣ ସାହୁ, ସାନ୍ତନୁ ମଲ୍ଲିକ, ଦୀପକ ଲେଙ୍କା, ଗୈାମ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ୨୫ରୁ ଉଦ୍ଧ୍ୱର୍ ଯୁବ ଫଟୋଗ୍ରାଫରମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.