କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)- ଗୋପ ରାମମନ୍ଦିର ପରିସରରେ ଅବସରପ୍ରାପ୍ତ ଜିଲ୍ଲା କର୍ମଚାରୀ ସଂଗଠନର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ କୃତିବାସ ବାବୁଙ୍କ କର୍ମନିଷ୍ଠା ଏବଂ ସାଂଗଠନିକ ଦକ୍ଷତା ମାଧ୍ୟମରେ ଅନେକ ସରକାରୀ କର୍ମଚାରୀଙ୍କର ଜିଲ୍ଲାସ୍ତରରେ ସମସ୍ୟା ସମାଧାନ କରିପାରୁଥିଲେ ବୋଲି ଶ୍ରଦ୍ଧାଞ୍ଜଳିରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ସ୍ୱାଇଁ, ଧୋୟା ଅଂଚଳ ସଂଗଠନର ସଂପାଦକ ରାଜକୁମାର ବିଶ୍ୱାଳ, ପବିତ୍ର କୁମାର ମହାପାତ୍ର, ନୃସିଂହ ଚରଣ ବେହେରା, ଦେବେନ୍ଦ୍ର କୁମାର ପ୍ରଧାନ, ଭାଗିରଥି ଜେନା, ଗୌରାଙ୍ଗ ଚରଣ ସାହୁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ, ଶ୍ରୀନିବାସ ପରିଡା, ମଧୁସୁଦନ ବାରିକ, ନେତ୍ରାନନ୍ଦ କର, ଅଜିତ ରାଉତ, କୁଷ୍ଠଚନ୍ଦ୍ର ଜେନା, ଯୁବ ସମାଜସେବୀ ଆଦିକନ୍ଦ ରାଉଳ ତାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ପୁତ୍ର ମୃତ୍ୟୁଞ୍ଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
