Friday , September 29 2023
Breaking News
Home / ବିଶେଷ / କରୋନା ମାଡକୁ ମହଙ୍ଗା ମାଡ,ଲୋକଙ୍କ ଭାଙ୍ଗିଲାଣି ପଞ୍ଜରା ହାଡ

କରୋନା ମାଡକୁ ମହଙ୍ଗା ମାଡ,ଲୋକଙ୍କ ଭାଙ୍ଗିଲାଣି ପଞ୍ଜରା ହାଡ

କଟକ ସଦର, ୦୭/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୁଇ ବର୍ଷ ହେଲା କରୋନା ମାଡ ଯୋଗୁ ଲୋକେ ଆଜି ପର୍ୟ୍ୟନ୍ତ ଅଣ୍ଟା ସଳଖି ଠିଆ ହୋଇ ପାରିନଥିବା ବେଳେ ଏଵେ ଵଜାରର ମହଙ୍ଗା ମାଡ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ପେଟ୍ରୋଲ,ଡିଜେଲ, ଜାଳେଣି ଗ୍ୟାସ୍ ଦର ପ୍ରତିଦିନ ଵଢି ଵଢି ଚାଲିଥିଵାରୁ ଏହାର ପ୍ରଭାବ ସିଧାସଳଖ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ଉପରେ ପଡୁଛି। ଖାଇଵା ତେଲ ସହ ପିଆଜର ଦାମ୍ ଆକାଶଛୁଆଁ ।ସଵୁ ଵର୍ଗର ଲୋକେ ବିଶେଷ କରି ମଧ୍ୟବିତ୍ତ ପରିଵାର ମହଙ୍ଗା ମାଡରେ କଲଵଲ ହେଉଥିବା ଵେଳେ ସରକାର ଙ୍କ ଠାରୁ ଆରମ୍ଭ କରି ବିରୋଧୀ ସମସ୍ତେ ଉପରକୁ ହାଡ ଟେକି ଚୁପ୍ ହୋଇ ବସି ରହିଥିବା ଅଭିଯୋଗ ହେଉଛି। ସେଥିରେ ପରଵା ଦର ଏତେ ହୋଇଛି ଯେ ଯେ କୈ।ଣସି କଞ୍ଚା ପରିଵା ୫୦ ଟଙ୍କା ତଳକୁ ନାହିଁ।୫୦୦ ଟଙ୍କାରେ ପରିଵା ବ୍ୟାଗ୍ ପୁରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଙ୍କୁ ସିଧାସଳଖ ଦାୟୀ କରି କହିଛନ୍ତି ଯେ କେନ୍ଦ୍ର ସରକାର କୋଭିଡ୍ ଆଳରେ ସେସ୍ ଲାଗୁ କରିଵାରୁ ରାଜ୍ୟ କୁ କିଛି ଅର୍ଥ ଆସୁନାହିଁ। ଲଗାମ ସେମାନଙ୍କ ହାତରେ। ସେମାନେ ଵ୍ଲାକମେଲିଂ କରୁଛନ୍ତି। ଆଗକୁ ଆହୁରି ସ୍ଥିତି ସଙ୍ଗିନୀ ହୋଇ ଦରଦାମ ଆହୁରି ବୃଦ୍ଧି ପାଇଵ। ଅପରପକ୍ଷରେ ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଆମଦାନୀ ଓ ରପ୍ତାନି ଟିକସ ଅଧିକ ଏବଂ ଡିଜେଲ ଦାମ୍ ଅଧିକ ରହିଥିଵାରୁ ସଵୁ ଦାମ ବଢ଼ିବାରେ ଲାଗିଛି। ସେଥିରେ କର୍ପୋରେଟ ହାଉସଗୁଡିକ ଵହୁ ସାମଗ୍ରୀ ଷ୍ଟକ୍ ରଖି ଅଧିକ ମୁନାଫା ପାଇଁ ଵଜାରକୁ ନଛାଡିବା ଫଳରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହେଉଛି।ଏସଵୁ ଦୋଷ ଦିଆନିଆ ଭିତରେ ଲୋକହଙ୍କ ତେଲ ଲୁଣର ସଂସାର ଯେ ପ୍ରଭାଵିତ ହେଵାରେ ଲାଗିଛି ସେଥିପ୍ରତି କାହାର ଟିକେ ଆନ୍ତରିକତା ଥିଵା ପରି ମନେ ହୁଏ ନାହିଁ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *