Friday , August 12 2022
Breaking News
Home / ବିଶେଷ / ଆଉ ଏକ ଦୁଃଖଦ ଖବର – କରୋନା ରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ ଙ୍କ ଅକାଳ ବିୟୋଗ

ଆଉ ଏକ ଦୁଃଖଦ ଖବର – କରୋନା ରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ ଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୦୭/୧୦/୨୦୨୧(ଓଡ଼ିଶା ସମାଚାର)- ଆଉ ଏକ ଦୁଃଖଦ ଖବର । ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ ଙ୍କ ଅକାଳ ବିୟୋଗ ଘଟିଛି । କରୋନା ରେ ଆକ୍ରାନ୍ତ ହୋଇ ସେ ସେପ୍ଟେମ୍ବର ୩ ତାରିଖରୁ ସେ ଏକ ଘରୋଇ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିଲେ । ପବିତ୍ର ମହାଳୟା ରାତି ପ୍ରାୟ ସାଢ଼େ ୧୨ ଟାରେ ତାଙ୍କର ବିୟୋଗ ଘଟିଛି । ସେ ପ୍ରଜାତନ୍ତ୍ରରେ କାମ କରୁଥିଲେ । ନିଯେ ଜନ ତନ୍ତ୍ର ନାମକ ଏକ ସାପ୍ତାହିକ ଖବର କାଗଜର ସମ୍ପାଦନା କରୁଥିଲେ । ତାଙ୍କ ବିୟୋଗ ଖବର ଜଣାପଡ଼ିବା ପରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର ପକ୍ଷରୁ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.