ଭୁବନେଶ୍ୱର,୦୬/୧୦/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱରରେ ପୁଣି କରୋନା ସଂକ୍ରମଣ ବିପଦ ଦେଖାଦେଇଛି । କିଛିଦିନର ବ୍ୟବଧାନ ପରେ ରାଜଧାନୀକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ବିଏମସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।
ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ରେ ଥିବା ଆପାର୍ଟମେଣ୍ଟକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି । ସଂପୃକ୍ତ ଆପାର୍ଟମେଣ୍ଟ ର ୧୦ ଟି ଫ୍ଲାଟ୍ ରେ ଏକାଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାରୁ ଆପାର୍ଟମେଣ୍ଟ କୁ ସିଲ କରି ବିଏମସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହି ଆପାର୍ଟମେଣ୍ଟ ର କେହି ବାହାରକୁ ଆସିପାରିବେନି ବା ସେଠାକୁ କେହି ଯାଇପାରିବେ ନାହିଁ । ସେହି ଆପାର୍ଟମେଣ୍ଟ ର ଲୋକମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ । ଆପାର୍ଟମେଣ୍ଟ ର ଲୋକମାନଙ୍କର କଂଟାକ୍ଟ ଟ୍ରେସିଙ୍ଗ କରାଯିବ । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି ପାଳନ କରିବାକୁ ବିଏମସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସମାଚାର