Sunday , October 24 2021
Breaking News
Home / ବିଶେଷ / ମାଙ୍କଡ଼ କାମୁଡ଼ାରେ ବାଳକ ଆହତ

ମାଙ୍କଡ଼ କାମୁଡ଼ାରେ ବାଳକ ଆହତ

ଗରଦପୁର ,୦୬/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯସ୍ମିନ୍ ସୋରେନ୍ ଙ୍କ ୧୧ ବର୍ଷର ପୁଅ ଶିବ ସୁନ୍ଦର ମାଝୀ ମାଙ୍କଡ଼ କାମୁଡ଼ାରେ ଆହତ ହୋଇଛନ୍ତି । ବ୍ଲକ୍ ନିକଟସ୍ତ ବରହମପୁର ଗ୍ରାମରେ ଭଡ଼ା ଘରେ ରହୁଥିବା ଘର ସାମ୍ନାରେ ଶିବସୁନ୍ଦର ଏକ ଚଉରା ନିକଟରେ ବସିଥିଲେ । ଏହି ସମୟରେ ଏକ ଦନ୍ତା ମାଙ୍କଡ଼ ସେଠାକୁ ଦୌଡ଼ିଆସି ଶିବ ସୁନ୍ଦରଙ୍କୁ ଆକ୍ରମଣ କରିଥିଲା । ମାଙ୍କଡ଼ଟି ଶିବସୁନ୍ଦରଙ୍କ ଡ଼ାହାଣ ହାତ ଖୁଆ କୁ କାମୁଡ଼ି ଛିଡ଼ାଇ ଦେଇଥିଲା । ଆହତ ଶିବସୁନ୍ଦରଙ୍କୁ ପରିବାର ଲୋକ ପାଟକୁରା ମେଡ଼ିକାଲ ନେଇଥିଲେ । ସେଠାରେ ତାଙ୍କର ଆଶୁ ଚିକିତ୍ସା କରାଯିବା ସହିତ ତାଙ୍କ ହାତରେ ୧୦ ଟି ଷ୍ଟିଚ ପଡ଼ିଥିଲା । ମାଙ୍କଡ଼ ଙ୍କ ଉତପାତ ଦିନକୁ ଦିନ ବୃଦ୍ଧି ପାଉଥିଲାବେଳେ ଗରଦପୁର ଅଂଚଳରେ ମାଙ୍କଡ଼ ଙ୍କ ଉତପାତ ରୋକିବା ପାଇଁ ବନ ବିଭାଗ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *