Tuesday , October 26 2021
Breaking News
Home / ବିଶେଷ / ମହିଳାଙ୍କ ପରଲୋକ

ମହିଳାଙ୍କ ପରଲୋକ

ଗରଦପୁର , ୦୬/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳସ୍ଥିତ ହରିହର କ୍ଷେତ୍ର ଶ୍ରୀ ଜଗନ୍ନାଥ ଚେତନା ସଂଘର ସମ୍ପାଦକ ମଥୁରାନନ୍ଦ ସ୍ୱାଇଁଙ୍କ ପତ୍ନୀ ସଂଯୁକ୍ତା ସ୍ୱାଇଁ (୮୦) ଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଇଂ ସନ୍ତୋଷ କୁମାର ସ୍ୱାଇଁ , ମଧ୍ୟମ ପୁତ୍ର ଆଡ଼ଭୋକେଟ ସରୋଜ ପ୍ରସାଦ ସ୍ୱାଇଁ , କନିଷ୍ଠ ପୁତ୍ର ଇଂ ସୁଶାନ୍ତ ରଂଜନ ସ୍ୱାଇଁ ଙ୍କ ସମେତ ଝିଅ, ଜ୍ୱାଇଁ, ବୋହୁ, ନାତି ନାତୁଣି ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଜଣେ ମିଷ୍ଠାଳାପି, ସମାଜସେବୀ ମହିଳା ଥିଲେ । ଜ୍ୟେଷ୍ଠ ପୁତ୍ର ସନ୍ତୋଷ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁ ରେ ଗ୍ରାମରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *