Thursday , October 21 2021
Breaking News
Home / ବିଶେଷ / ଭୂମିହୀନ ପଟ୍ଟା ପାଇଁ ମହିଳାଙ୍କ ଅନଶନ

ଭୂମିହୀନ ପଟ୍ଟା ପାଇଁ ମହିଳାଙ୍କ ଅନଶନ

ଗରଦପୁର,୦୬/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ସମ୍ମୁଖରେ ତେଣ୍ଡାକୁଡା ଗ୍ରାମର କିଛି ମହିଳା ଓ ଶିଶୁ ଭୂମିହୀନ ପଟ୍ଟାର ସ୍ଥାନ ପରିବର୍ତ୍ତନ ପାଇଁ ଅନଶନରେ ବସିଥିଲେ। ଗରଦପୁର ତହସିଲ ତେଣ୍ଡାକୁଡା ଗ୍ରାମର ଭୂମିହୀନ ପରିବାର ଜ୍ୟୋସ୍ନା କାହାଳୀ, ସ୍ୱାମୀ- ଦିଲ୍ଲିପ କାହାଳୀ ପ୍ରାୟ ୨୦ ବର୍ଷ ହେବ ଗ୍ରାମର ଏକ ସରକାରୀ ଜମିରେ ଘର କରି ରହି ଆସୁଛନ୍ତି। ୫ ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ଏହି ଭୂମିହୀନଙ୍କୁ ସେହି ଗ୍ରାମର ପ୍ଲଟ୍ ନଂ. ୩୫୩/୧୧୯୯ ଏ୦.୦୪ ଡେସିମିଲ ଜମି ପ୍ରଦାନ କରାଯାଇଥିଲା। ଏହି ଜମିଟି ଗ୍ରାମ ଶ୍ମଶାନ ନିକଟରେ ହୋଇଥିବାରୁ ଏହା ବାସସ୍ଥଳୀ ପାଇଁ ଅନୁପଯୋଗୀ ଦର୍ଶାଇ ଜବରଦଖଲ ପାଉତି କାଟୁଥିବା ସରକାରୀ ଜମିକୁ ନିଜ ନାମରେ ପଟ୍ଟା ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଉପଜିଲାପାଳଙ୍କ ଚିଠି ନଂ. ୮୦୬୫ ତା୨୮.୯.୨୦୨୧ରିଖରେ ଏହାର ଆଶୁ ସମାଧାନ ପାଇଁ ତହସିଲଦାରଙ୍କୁ ଚିଠି ହୋଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିଲା। ତେଣୁ ଜ୍ୟୋସ୍ନା କାହାଳୀ ପରିବାର ସହିତ ତହସିଲ ସମ୍ମୁଖରେ ୨ ଘଣ୍ଟା ଧରି ଅନଶନରେ ବସିବା ପରେ ତହସିଲଦା ଅଶୋକ କୁମାର ବେହେରା ଅନଶନକାରୀଙ୍କ ନିକଟରେ ପହଞ୍ଚି ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଅନଶନ ପ୍ରତ୍ୟାହୃତ ହୋଇଛି। ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *