Wednesday , October 4 2023
Breaking News
Home / ବିଶେଷ / ବିଜେଡିର ନିଲମ୍ବିତ ବିଧାୟକ ପ୍ରଶାନ୍ତଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଲା ନି

ବିଜେଡିର ନିଲମ୍ବିତ ବିଧାୟକ ପ୍ରଶାନ୍ତଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଲା ନି

କଟକ ସଦର ,୦୬/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ୟ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାରଧର କରିଵା ଅଭିଯୋଗ ରେ ଚିଲିକାର ଵିଜେଡିରୁ ନିଲମ୍ବିତ ବିଧାୟକ ଗଣେଶ ଓରଫ ପ୍ରଶାନ୍ତ ଜଗଦେଵଙ୍କ ନାଁ ରେ ବାଲୁଗାଁ ଥାନାରେ ଏତଲା ହୋଇଥିଲା। ପୋଲିସର ଗିରଫ ଭୟରେ ଵିଧାୟକ ପ୍ରଶାନ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏସି ଆଣ୍ଡ ଏସଟି (ପିଏ) ଆଇନର ଧାରା ୧୮ ରେ ରହିଥିଵା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶ୍ରୀ ଜଗଦେଵଙ୍କୁ ଆଗୁଆ ଜାମିନ ଦେଵାକୁ ମନା କରିଦେଇଥିଵା ଜଣାପଡିଛି। ହେଲେ ଅଭିଯୁକ୍ତ ଯଦି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଆଗୁଆ ଜାମିନ ପାଇଁ ଆବେଦନ କରିବେ ତେବେ ସେହି ଦିନ ତାଙ୍କ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିପାରିଵେ। କିନ୍ତୁ ଏତାଲାକାରୀ ପୀଡିତଙ୍କୁ ପକ୍ଷ ରଖିଵାକୁ ସୁଯୋଗ ଦେଵା ସହିତ ତଦନ୍ତକାରୀ ପୋଲିସ ଅଧିକାରୀ ଜାମିନ ଆବେଦନ ର ଶୁଣାଣି ଦିନ ହିଁ ନିମ୍ନ ଅଦାଲତରେ ଅପ୍ ଟୁ ଡେଟ୍ କେସ୍ ଡାଇରି ଦାଖଲ କରିଵେ ଵୋଲି ଉଚ୍ଚ ନ୍ୟାୟାଳୟ କହିବା ସହିତ ଆଗୁଆ ଜାମିନ ଆଵେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *