କଟକ ସଦର ,୦୬/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକରେ ଦଶହରା ପୂଜା ପାଇଁ ସରକାରଙ୍କ କୋଭିଡ କଟକଣା ବଳବତ୍ତର ରହିଵା, ହାଇକୋର୍ଟରେ ଦୁଇ ଥର ଏ ସମ୍ପର୍କିତ ମାମଲା ଖାରଜ ହେଵା ପରେ ସଵୁ କଟକଣା ଭିତରେ ଡ଼ାକବାଜି ଯନ୍ତ୍ର ଛଡ଼ା କେଵଳ ଗୋଟିଏ ଘଣ୍ଟ ଵଜାଇ ପୂଜା ସମ୍ପନ୍ନ କରିଵାକୁ ଶେଷରେ କଟକ ଆରକ୍ଷୀ ଉପ ଆୟୁକ୍ତ ପ୍ରତୀକ ସିଂହ ଶେଷ ନିଷ୍ପତ୍ତି କଟକିଆଙ୍କୁ ବ୍ୟଥିତ କରିଥିବା ଵେଳେ ପୂଜା ସମ୍ପୂର୍ଣ୍ଣ ଫିକା ପଡିଵ ଵୋଲି ଜଣାପଡିଛି। ସେଥିରେ ପରଦା ଆଢୁଆଳରେ ମଣ୍ଡପରେ କେଵଳ ୫ ରୁ ୭ ଜଣ ପୂଜକଙ୍କ ସହିତ କର୍ମକର୍ତ୍ତା ଉପସ୍ଥିତ ରହି ପୂଜା ସମ୍ପନ୍ନ କରିଵାକୁ ପରାମର୍ଶ ଦିଆଯାଇଥିବା ବେଳେ କୈାଣସି ଦିନ ମଣ୍ଡପରେ ପୂଜା କରିଵାକୁ ମହିଳାମାନଙ୍କୁ ଅନୁମତି ଦିଆଯିଵ ନାହିଁ ଵୋଲି ଡିସିପି ସ୍ପଷ୍ଟ କରିଛନ୍ତି। ଏପରିକି ଭସାଣରେ ମଧ୍ୟ କୋଭିଡ କଟକଣା କଡ଼ା କଡି ପାଳନ କରିଵାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ସମାଚାର
