କଟକ ସଦର, ୦୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକରୁ ପୁଣି ଜଵତ ହେଲା ଧଳା ଜହର। କଟକ କମିଶନରେଟ୍ ଦରଘାଵଜାର ପୁରୁଣା ଜେଲ୍ ପଡିଆରୁ ୨୬୮ ଗ୍ରାମ୍ ବ୍ରାଉନ ସୁଗାର ଜଵତ ହେଵା ସହ ପୁଲିସ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଜଵତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେଵ ବୋଲି ଜଣା ପଡ଼ିଥିବା ବେଳେ ଗିରଫ ଅଭିଯୁକ୍ତ ଙ୍କ ଠାରୁ ୨ ଟି ସ୍କୁଟି ବାଇକ୍, ୪ ଟି ମୋବାଇଲ ଫୋନ ସହ ନଗତ ୨୧ ହଜାର ଟଙ୍କା ଜଵତ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ର ଵାପି ନାୟକ, କଟକ ଜିଲ୍ଲା ନିଆଳି ର ବିବେକାନନ୍ଦ ଜେନା ଓ ଗୋପିନାଥ ପାତ୍ର ଵୋଲି ଜଣାପଡିଛି। କଟକକୁ ନିଶାମୁକ୍ତ କରିଵା ଲକ୍ଷରେ ପୋଲିସ ର ଏସ୍ ଟି ଏଫ୍ ଟିମ ଦୁଇ ବର୍ଷ ଭିତରେ ୪ କୋଟିରୁ ଅଧିକ ମୂଲ୍ୟର ଵ୍ରାଉନ ସୁଗାର ଜଵତ କରିଥିଵା ଆଜି ଵୁଧଵାର ଡିସିପି ପ୍ରତିକ୍ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର