କଟକ ସଦର ,୦୬/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ଵିଭାଗ ପକ୍ଷରୁ କଟକ ପାରାଦୀପ ରାସ୍ତାରେ ଯାତ୍ରିଵାହୀ ରେଳ ଚଳାଚଳ ଆଜକୁ ଦୁଇ ବର୍ଷ ହେଵ ଵନ୍ଦ ରଖିଥିଲେ।କୋଭିଡ କଟକଣା କୋହଳ ହେଵା ପରେ ଏଵେ ଅନ୍ୟ ସଵୁ ପରିଵହନ ଉପରେ କଟକଣା ଉଠିଯାଇଥିଲେ ଵି ଉକ୍ତ ରାସ୍ତାରେ ଯାତ୍ରିଵାହୀ ରେଳ ଚଳାଚଳ ହେଉ ନଥିଵାରୁ ରେଳ ଯାତ୍ରୀଙ୍କ ସମେତ ବିଶେଷ କରି କଟଟ ଓ ଭୂଵନେଶ୍ୱରର ଚାକିରୀ କରିଥିଵା ଯାତ୍ରୀ ଯିବାଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏହାର ନିରାକରଣ ପାଇଁ ଦାଵି ଯୋର ଧରିଥିଵା ଵେଳେ ଏ ସମ୍ପର୍କରେ ସେପ୍ଟେମ୍ବର ୧୧ ରେ ‘ ଓଡିଶା ସମାଚାର ‘ ରେ ଵିସ୍ତୃତ ଖଵର ପ୍ରକାଶ ପାଇଥିଲା।ଏହାକୁ ଦୃଷ୍ଟିରେ ରଖି ଆଜି ବୁଧବାର ମହାଳୟା ଠାରୁ କଟକ- ପାରାଦୀପ ରେଳ ରାସ୍ତାରେ ଯାତ୍ରିଵାହୀ ରେଳ ଚଳାଚଳ ଆରମ୍ଭ ହୋଇଥିଵାରୁ ଯାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଓଡ଼ିଶା ସମାଚାର