Saturday , October 16 2021
Breaking News
Home / ବିଶେଷ / ଲାଲବାହାଦୂର ସରକାରୀ ହାଇସ୍କୁଲରେ ନିଯୁକ୍ତି କର୍ମଶାଳା

ଲାଲବାହାଦୂର ସରକାରୀ ହାଇସ୍କୁଲରେ ନିଯୁକ୍ତି କର୍ମଶାଳା

କେନ୍ଦ୍ରାପଡ଼ା, ୦୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏବଂ ବାଗଦେବୀ ଚାରିଟେବୁଲ ଟ୍ରଷ୍ଟ ପରିଚାଳନାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଯୁକ୍ତି କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ଜେନା ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରିଣୀ କେ. ରୋଜା ଦୋରା ଯୋଗଦେଇ ଜିଲ୍ଲାରେ ଅଣନିଯୁକ୍ତିପ୍ରାପ୍ତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପାଇଁ ସର୍ବଦା ତାଙ୍କର ପ୍ରୟାସ ଜାରି ରହିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଭରତପୁର ସରପ ଜୀନତପ୍ରିୟଦର୍ଶିନୀ ରାଉତ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ଷେତ୍ର ସଂଯୋଜକ ଶିଶିର କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ୨୧୦ଜଣ ବେକାରୀ ଯୁବକଯୁବତୀ ଯୋଗଦେଇଥିଲେ । ବିଭିନ୍ନ କମ୍ପାନୀ ପକ୍ଷରୁ ଅଞ୍ଜନୀ ପଟ୍ଟନାୟକ, ନିଳୟ ଦାସ ଓ ପାର୍ଥ ବକ୍ସି ପ୍ରମୁଖ ଯୋଗଦେଇ ବେକାର ଯୁବକଯୁବତୀମାନଙ୍କୁ ଚୟନ ପ୍ରକ୍ରୀୟାରେ ମନୋନୀତ କରିଥିଲେ । ସାମାଜିକ କର୍ମୀ ଦିପକରଞ୍ଜନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବଦତ ମଲ୍ଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଶିବିର ପରିଚାଳନାରେ ଟ୍ରଷ୍ଟର ସହଯୋଗୀ ଭାବେ ରଶ୍ମିରଞ୍ଜନ ରାଉତ, ଧ୍ରୁବ ଚରଣ ସ୍ୱାଇଁ, ବନ୍ଦନାରାଣୀ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *