Sunday , October 1 2023
Home / ବିଶେଷ / ରାଜ୍ୟ ମୂଖ୍ୟ ସୂଚନା ଆୟୂକ୍ତ ଙ୍କ ଶପଥ ଗ୍ରହଣ

ରାଜ୍ୟ ମୂଖ୍ୟ ସୂଚନା ଆୟୂକ୍ତ ଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ତାମିଲନାଡୁର ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ତଥା ୧୯୮୫ ଵ୍ୟାଚର ଅବସରପ୍ରାପ୍ତ ଭାରତୀୟ ପୁଲିସ୍ ସେଵା(ଆଇପିଏସ୍) ଅଧିକାରୀ ଜଳଦ କୁମାର ତ୍ରିପାଠୀ ଙ୍କୁ ଆଜି ମଚ୍ଚଳଵାର ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶିଲ ଲାଲ ରାଜ୍ୟ ମୂଖ୍ୟ ସୂଚନା ଆୟୁକ୍ତ ଭାଵେ ରାଜଭଵନରେ ଶପଥ ପାଠ କରାଇଛନ୍ତି।ଏଥିରେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଆଭାସି ସମ୍ମିଳନୀ ରେ ଯୋଗ ଦେଇଥିବା ଵେଳେ ଆଇନ୍ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଵହୁ ବରିଷ୍ଠ ପଦାଧିକାରୀ ମାନେ ଶପଥଗ୍ରହଣ ଉସ୍ଛଵରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ନୂତନ ଆୟୂକ୍ତ ଜଳଦ କୁମାର କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭେଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।୨୦୦୮ ରେ ଶ୍ରୀ ତ୍ରିପାଠୀ ପ୍ରଥମ ପୁଲିସ୍ ଭାବେ ସାଧାରଣ ପ୍ରଶାସନ ରେ ଉଲ୍ଲେଖନୀୟ ସେଵା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ରେ ସମ୍ମାନିତ ହୋଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *