Sunday , October 24 2021
Breaking News
Home / ବିଶେଷ / ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି

ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବିଧାୟକ ପ୍ରଫୁଲ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ  ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ  ଏବଂ ଏହା ପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟାନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବୈଠକରେ କଟକ ଓ ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସହରରେ ୧୩ଟି ବଡ ଡ୍ରେନ୍ ରହିଛି । ସେଥିରୁ ୭୫ଟି ଜାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଜବର ଦଖଲ ଓ ପୋତିହେବା କାରଣରୁ ଡ୍ରେନରେ ଜଳ ଧାରଣ କ୍ଷମତା ବଢିଯିବ । ଡ୍ରେନ ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମିକୁ ତୁରନ୍ତ ଅଧିଗ୍ରହଣ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆରଆଣ୍ଡବି, ବିଏମସି ଓ ଜାତୀୟ ରାଜପଥ ଆଦି ଭିନ୍ନ ଭିନ୍ନ ବିଭାଗର ରାସ୍ତା ସହରରେ ଥିବାରୁ ବିଭାଗ ଭିତରେ ସମନ୍ବୟ ଅଭାବରୁ ଡ୍ରେନ୍ ସମସ୍ୟା ବଢୁଛି ବୋଲି କମିଟି ଅନୁଭବ କରିଛି । ତେବେ ନୂଆ ଡ୍ରେନର କେତେ ଆବଶ୍ୟକତା ଅଛି ଓ ଡ୍ରେନର ଡିଜାଇନ କିପରି ହେବ ତାର ଆକଳନ କରିବାକୁ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯଇଛି । କିପରି ମୁକୁଳା ଡ୍ରେନ କଭର ହେବ, ଡ୍ରେନର ଦୁଇ କଡ଼ରେ୧୦ ଫୁଟ ଉଚ୍ଚତାର ନେଟ ଲାଗିବ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ, ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି । ଆଉ କେତେ ଡ୍ରେନର ଆବଶ୍ୟକତା ଅଛି, ତାର ଆକଳନ ଲାଗି ଏକ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ । କଟକ, ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁ ଚିଠି ଲେଖାଯିବ ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥି ବାଥନନଙ୍କ ସହ ଅନ୍ୟନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆସନ୍ତାବର୍ଷ ବେଳକୁ କଟକ ଓ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ନଥିବ ବୋଲି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *