Friday , October 29 2021
Home / ବିଶେଷ / ମାଳିକା ପ୍ରସିଦ୍ଧ ରତ୍ନଵଟ ପୀଠକୁ ଦେବୋତ୍ତର ଵିଭାଗ ଟ୍ରଷ୍ଟ ବୋର୍ଡ କୁ ହସ୍ତାନ୍ତର କଲା,ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଲା

ମାଳିକା ପ୍ରସିଦ୍ଧ ରତ୍ନଵଟ ପୀଠକୁ ଦେବୋତ୍ତର ଵିଭାଗ ଟ୍ରଷ୍ଟ ବୋର୍ଡ କୁ ହସ୍ତାନ୍ତର କଲା,ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଲା

କଟକ ସଦର, ୦୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କନ୍ଦରପୁର ନିକଟସ୍ଥ ମାଳିକା ପ୍ରସିଦ୍ଧ ପ୍ରସିଦ୍ଧ ରତ୍ନଵଟ ପୀଠକୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଦୀର୍ଘ ବର୍ଷ ହେଲା ନିଜ କବଜାରେ ରଖି ମେରିରାୟ ଶାସନ ଚଳାଇଆସୁଥିଵା ଅଭିଯୋଗ ହୋଇ ଆସୁଥିଲା । ଏଥିପାଇଁ ଏକ ପୂଣ୍ୟପୀଠକୁ ଜଵରଦଖଲକାରୀଙ୍କ କଵଜାରୁ ମୁକ୍ତ କରିଵାକୁ ନୂତନ ଭାବେ ଗଠିତ ରତ୍ନଵଟ ଟ୍ରଷ୍ଟ ବୋର୍ଡ ଦେବୋତ୍ତର ବିଭାଗ ନିକଟରେ ଆଵେଦନ କରିଥିଲା। ବିଭିନ୍ନ ସମୟରେ ଆଲୋଚନା ପର୍ଯ୍ୟାଲୋଚନା ଓ ତଦନ୍ତ କରାଯାଇ ଆଜି ମଙ୍ଗଳଵାର ଦେବୋତ୍ତର ଵିଭାଗର ଡିଭିଜନାଲ ଇନିସପେକ୍ଟର ଵିଜୟ କୁମାର ସିଂହ, ମାଜିଷ୍ଟ୍ରେଟ ଦାୟିତ୍ବରେ ଵିରିଡି ଅତିରିକ୍ତ ତହସିଲଦାର ଅଭୟ ପ୍ରତିହାରୀ, ବିରିଡ଼ି ଥାନାଧିକାରୀ ନିରଞ୍ଜନ ମଲ୍ଲିକ ପୋଲିସ ଵଳ ସହ ଉପସ୍ଥିତ ହୋଇ ଵନ୍ଦ ଥିଵା ଘର ସଵୁ ର ତାଲାଭାଙ୍ଗି ଟ୍ରଷ୍ଟ ବୋର୍ଡ କୁ ହସ୍ତାନ୍ତର କରିଥିଵା ଜଣାଯାଇଛି। ଆଜିର ଏହି ଐତିହାସିକ କାର୍ଯ୍ୟକୁ ସଵୁ ମହଲରେ ସ୍ୱ।ଗତ କରାଯାଇଥିବା ବେଳେ ଦୀର୍ଘ ଦିନ ହେଲା ଲାଗିରହିଥିବା କଳ୍ପନା ଜଳ୍ପନାର ଅଵସାନ ଘଟିଛି। ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଦେବେନ୍ଦ୍ରନାଥ ସାହୁ,ଗୋପ ପରିଜା,ପଣ୍ଡିତ ଗୁରୁପ୍ରସାଦ ରଥ,ଅଜୟ ପଟ୍ଟନାୟକ,ଵିଭୂରଞ୍ଜନ ପଟ୍ଟନାୟକ ପ୍ରମୁଖ ଵହୁ ଲୋକ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *