Monday , October 18 2021
Breaking News
Home / ବିଶେଷ / ମହାନଦୀରେ ନିଖୋଜ ଝିଅର ମୃତ ଦେହ ମିଳିଲା

ମହାନଦୀରେ ନିଖୋଜ ଝିଅର ମୃତ ଦେହ ମିଳିଲା

ସମ୍ବଲପୁର, ୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଗତକାଲି ମହାନଦୀର ଦଳେଇପଡ଼ା ଘାଟରେ ସମ୍ୱଲପୁର ପେନସନ୍ ପଡ଼ାର ଗୋଟିଏ ପରିବାରର ୩ ଜଣ (ବାପ, ପୁଅ ଓ ଝିଅ ) ଗାଧୋଇବା ବେଳେ ଭାସି ଯାଇଥିଲେ । ବାପାଙ୍କ ନାମ ମହମ୍ମଦ ଅଲତାଫ (୪୦) ବର୍ଷ , ପୁଅର ନାମ ମହମ୍ମଦ ଅଫତାବ (୧୫ ବର୍ଷ) ଓ ଝିଅର ନାମ ରୁକସାନା ପରବିନ (୧୨ ବର୍ଷ) । ବାପ ଅଲତାବ ଏକ ହୋଟେଲ୍ ରେ କାମ କରୁଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ୩ ଜଣଙ୍କ ମଧ୍ୟରୁ ପ୍ରଥମେ ପୁଅ ଅଫତାବ୍ ଓ ପରେ ପରେ ବାପ ମହମ୍ମଦ ଅଲତାଫ ଙ୍କୁ ମଧ୍ୟ ଉଦ୍ଧାର କରି ହସପିଟାଲ ରେ ଭର୍ତି କରିଥିଲାବେଳେ ହସପିଟାଲରେ ଦୁହିଁ ଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଝିଅ ରୁକସାନା ପରବିନ ନିଖୋଜ ଥିଲା । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା ତଥାପି ରାତି ୯ ଟା ପର୍ଯ୍ୟନ୍ତ ଖୋଜା ଖୋଜି କରାଯାଇଥିଲା । ଆଜି ଝିଅର ମୃତ ଦେହ ଉଦ୍ଧାର କରାଯାଇଛି । ୧୫ ଘଣ୍ଟାର ଅପରେସନ ପରେ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ମହାନଦୀରେ ଜଳ ସମାଧି ନେଲେ ପରିବାରର ବାପ, ପୁଅ ଓ ଝିଅ । ପ୍ରଥମେ ଭଉଣି କୁ ଉଦ୍ଧାର କରିବା ପାଇଁ ଯାଇ ଭାଇ ଭାସିଗଲା ପରେ ଭାଇ ଭୁରିକୁ ଉଦ୍ଧାର କରିବା ପାଇଁ ଯାଇ ବାପ ମଧ୍ୟ ଗଲା । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *