Saturday , October 16 2021
Breaking News
Home / ବିଶେଷ /  ବଡ଼ ଦୁଃଖଦ ଖବର : କରୋନାରେ ଅକାଳରେ ଝଡ଼ିଗଲେ ଆଉ ଜଣେ ଯୁବ ସାମ୍ବାଦିକ – ସତ୍ୟଜିତ ମହାପାତ୍ର

 ବଡ଼ ଦୁଃଖଦ ଖବର : କରୋନାରେ ଅକାଳରେ ଝଡ଼ିଗଲେ ଆଉ ଜଣେ ଯୁବ ସାମ୍ବାଦିକ – ସତ୍ୟଜିତ ମହାପାତ୍ର

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ମିଡ଼ିଆ ମହଲ ପାଇଁ ଆଉ ଏକ ବଡ଼ ଦୁଃଖଦ ଖବର । କରୋନାରେ ଅକାଳରେ ଝଡ଼ିଗଲେ ଆଉ ଜଣେ ଯୁବ ସାମ୍ବାଦିକ – ସତ୍ୟଜିତ ମହାପାତ୍ର । କରୋନାରେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଆକ୍ରାନ୍ତ ହୋଇଥିଲେ । ପତ୍ନୀ ଆରୋଗ୍ୟ ଲାଭ କଲେ ହେଲେ ସତ୍ୟଜିତ ସବୁ ଦିନ ପାଇଁ ଆଖି ବୁଜିଲେ । ଏହା ଅତ୍ୟନ୍ତ ଦୁଃଖ ର କଥା ।

ସତ୍ୟଜିତ ମହାପାତ୍ର ଜଣେ ୪୪ ବର୍ଷ ଯୁବ ସାମ୍ବାଦିକ । ସେ ପୂର୍ବରୁ ଓ ଟିଭି, ଇ ଟିଭି, ୯୨.୭ ବିଗ୍ ଏଫଏମ୍ ଆଦିରେ କାର୍ଯ୍ୟ କରିଛନ୍ତି । ବର୍ତମାନ ଦି କମନ୍ ମ୍ୟାନ୍ ନାମକ ଇଂରାଜୀ ମିଡ଼ିଆର ସମ୍ପାଦକ ଥିଲେ । ତାଙ୍କର ଅକାଳ ବିୟୋଗରେ ଓଡ଼ିଶା ସମାଚାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପତ୍ନୀ ଙ୍କୁ ଭଗବାନ ଧର୍ଯ୍ୟ ଓ ସାହସ ଦିଅନ୍ତୁ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *