ଭୁବନ,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ ବାଜିରାଉତ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବା ସହ କଲେଜ କ୍ୟାମ୍ପସ ସଫେଇ କାର୍ଯ୍ୟ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର,ପ୍ରୋଗ୍ରାମ ଅଫିସର ହୃଦାନନ୍ଦ ବେହେରା,ସୁଶାନ୍ତ କୁମାର ସାହୁ,ଅଧ୍ୟାପିକା ଡଃ ଶ୍ରାବଣୀ ଅଳପନା,କରୁଣାକର ରାଉତ,ଗ୍ରନ୍ଥାଗାରୀକ ନନ୍ଦ କିଶୋର ଧୀର,ମୁଖ୍ୟକିରାଣୀ କୈଳାସଚନ୍ଦ୍ର ବେହେରା,ହିସାବରକ୍ଷକଶ୍ରୀବତ୍ସ ଥାଟୋଇ,ଶିଶିର କୁମାର ସାହୁ,ରଂଜନ ବାରିକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କଲେଜ କ୍ୟାମ୍ପସକୁ ସଫା କରିଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
