Saturday , October 16 2021
Breaking News
Home / ବିଶେଷ / ପୁଣି ନେହେରୁ ବଙ୍ଗଳା ମୁହାଣ ରେ ବୁଡିଲା ଡଙ୍ଗ ।- ୫ ମତ୍ସ୍ୟଜୀବୀ ଉଦ୍ଧାର

ପୁଣି ନେହେରୁ ବଙ୍ଗଳା ମୁହାଣ ରେ ବୁଡିଲା ଡଙ୍ଗ ।- ୫ ମତ୍ସ୍ୟଜୀବୀ ଉଦ୍ଧାର

  ପାରାଦୀପ ୦୫/୧୦/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନେହେରୁ ବଙ୍ଗଳାସ୍ଥିତ ମହାନଦୀ-ସମୁ୍ଦ୍ର ମୁହାଣରେ ସୋମବାର ଦିନ ପୁଣି ଡଙ୍ଗା ଓଲଟି ପଡିବାରୁ ଘଟଣାସ୍ଥଳରେ ୫ଜଣ ମତ୍ସ୍ୟଜିବୀ ସେଠାରେ ବୁଡିଯାଇଥିଲେ । ସେମାନଙ୍କୁ ଅନ୍ୟ ମାଛଧରା ଡଙ୍ଗା ଉଦ୍ଧାର କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ମାସ ୧୯ ତାରିଖ ଦିନ ଠିକ୍ ଏହି ସ୍ଥାନରେ ଏକ ଡଙ୍ଗା ବୁଡିଯିବାରୁ ପାରାଦୀପ ଷଣ୍ଢକୁଦ ବସ୍ତିର ଜଣେ ମତ୍ସ୍ୟଜିବୀ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଏହି ଘଟଣାର ୯ ଦିନ ପରେ ଗଂଜାମ ଜିଲ୍ଲା  ରମ୍ଭା ନିକଟସ୍ଥ ସମୁଦ୍ରବେଳାଭୂମି ରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ସୋମବାର ଦିନ ପ୍ରାୟ ସାଢେ ବାରଟା ସମୟ ରେ ସମୁଦ୍ର କୁ ମାଛ ଧରିବାକୁ ଯାଇଥିବା ମା ମଙ୍ଗଳା ନାମକ ଏକ ମାଛଧରା ଡଙ୍ଗା ମାଛ ଧରିବାକୁ ସମୁ୍ଦ୍ରକୁ ଯାଇଥିଲା । ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦରକୁ ଫେରୁଥିବା ସମୟରେ ମୁହାଣ ନିକଟରେ ଡଙ୍ଗାଟି ଓଲଟି ପଡିଥିଲା । ଏହି ଡଙ୍ଗା ରେ ମୋଟ ୫ଜଣ ମତ୍ସ୍ୟଜିବୀ ଥିଲେ । ଏହା ଦେଖି ମାଛଧରା ବନ୍ଦରରୁ ଅନ୍ୟ ଡଙ୍ଗା ରେ ମତ୍ସ୍ୟଜିବୀମାନେ ଯାଇ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଖବର ପାଇ ପାରଦୀପ ମେରାଇନ୍ ପୋଲିସ୍ ଘଟଣାସ୍ଥଳ ରେ ପହଂଚିଥିଲା । ମୁହାଣ ପୋତି ହେବା ଓ ପାଣି ର ଅନ୍ତସ୍ରୋତ ଯୋଗୁ ବର୍ଷର ବିଭିନ୍ନ ସମୟରେ ଏହି ସ୍ଥାନରେ ଡଙ୍ଗା ବୁଡୁଥିବା ନେଇ ମତସ୍ୟଜିବୀମାନେ ଅଭିଯୋଗ କରିଛନ୍ତି ।  ଏହି ଡଙ୍ଗାରୁ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ବିଜୟ ବେହେରା(୪୦),ରଂଜନ(୩୦),ଜଗୁଲି ବେହେରା(୨୬)ଓ ଭୀମ ବେହେରା(୪୭୦ ଏମାନେ ସମସ୍ତେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ବୋଲି ଜଣାପଡିଛି । ଉଦ୍ଧାର ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *