ପାରାଦୀପ ୦୫/୧୦/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅଂଚଳରେ ବ୍ରାଉନ ୍ସୁଗାରର ଚୋରା ବେପାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ସୋମବାର ଦିନ ଆଦର୍ଶ ଥାନା ପୋଲିସ୍ କୁ ଏକ ବଡ ସଫଳତା ମିଳିଛି । ପାରାଦୀପ ଅଠରବାଙ୍କୀସ୍ଥିତ ବାଲିପ୍ଲଟ ରେ ଦୁଇଜଣ ବ୍ରାଉନ୍ ସୁଗାର ବେପାର କରିବାକୁ ଆସିଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା । ସେଠାରେ ଦୁଇଜଣ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବେଲାପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ସୁଧାଂଶୁ ସ୍ୱାଇଁ(୨୯) ଓ ଜଗତସିଂହପୁର ଜିଲ୍ଲା କାଜିମହଲା ହରିହରପୁରର ସେକ୍. ଓକିଲ୍ଙ୍କ ପୁଅ ସେକ୍ ଫାମୁ ଓରଫ ଫଏମିଦ୍ (୩୩)ଙ୍କୁ ୧୩.୦୨ଗ୍ରାମ୍ ବ୍ରାଉନ୍ସୁଗାର ସହ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତଙ୍କ ଠାରୁ ଓଡି-୦୪-କ୍ୟୁ-୮୯୩୦ ନମ୍ବର ବିଶିଷ୍ଟ ହୋଣ୍ଡା ମୋଟର ସାଇକେଲ୍ ସହିତ ଦୁଇହଜାର ଚାରିଶହ ଟଙ୍କା ସମେତ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ୨୧୬/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ଅଭିଯୁକ୍ତମାନେ ପୂର୍ବରୁ ବ୍ରାଉନ୍ ସୁଗାର ବ୍ୟବସାୟରେ ଗିରଫ ହୋଇଥିବା ଲକ୍ଷ୍ମୀପ୍ରିୟା ଭୋଇଙ୍କ ଠାରୁ ଏହି ଧଳାଜହର ବିକ୍ରି କରିବାକୁ ଆଣିଥିବା ପୋଲିସ୍ ନିକଟରେ ସ୍ୱୀକାର କରିଛନ୍ତି । ଓଡ଼ିଶା ସମାଚାର