Friday , August 12 2022
Home / ବିଶେଷ / ପାରାଦୀପ ନିକଟସ୍ଥ ଏରସମା ସମୁ୍ଦ୍ରକୂଳ ରେ ମୃତ ସାର୍କ ଉଦ୍ଧାର

ପାରାଦୀପ ନିକଟସ୍ଥ ଏରସମା ସମୁ୍ଦ୍ରକୂଳ ରେ ମୃତ ସାର୍କ ଉଦ୍ଧାର

ପାରାଦୀପ ୦୫/୧୦/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିକଟସ୍ଥ ଏରସମା ଉପକୂଳବର୍ତୀ ରାମତାରା ଗ୍ରାମ ନିକଟରେ ସମୁଦ୍ରକୂଳରେ ଏକ ସାର୍କର ମୃତଦେହ ମିଳିଛି । ରବିବାର ଦିନ ରାତିରେ ବନବିଭାଗର କର୍ମଚାରୀମାନେ ପ୍ୟାଟ୍ରୋଲିଙ୍ଗ କରୁଥିବା ବେଳେ ଏହି ମୃତ ସାର୍କକୁ ଠାବ କରିଥିଲେ । ମୃତ ସାର୍କ ର ଲମ୍ବ ପ୍ରାୟ ୧୭ ଫୁଟ ଓ ଚଉଡା ୪ ଫୁଟ ହେବ । ତେବେ ସାର୍କ ମୃତ୍ୟୂର ସଠିକ୍ କାରଣ ପାଇଁ ସାର୍କର ମୃତଦେହ କୁ ପରୀକ୍ଷା ପାଇଁ ବନବିଭାଗ ପଠାଇଥିବା ଜଣାପଡିଛି । ସୂଚନାଥାଉକି, ବିଭିନ୍ନ ସମୟରେ ପାରାଦୀପ  ଓ ଏହାର ନିକଟସ୍ଥ ସମୁଦ୍ର ବେଳାଭୂମି ରେ ବହୁବାର ବିରଳ ପ୍ରଜାତିର ସାମୁଦ୍ରିକ ପ୍ରାଣୀଙ୍କର ମୃତ ଦେହ ଦେଖିବାକୁ ମିଳୁଛି । ଏହାର କାରଣ ବଡ ବଡ ଜାହାଜ ଓ ମାଛଧରାବୋଟ୍ ରେ ମାଡ ହୋଇ ମୃତ୍ୟୁବରଣ କରୁଥିବା ଅନୁମାନ କରାଯାଏ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.