ପାରାଦୀପ ୦୫/୧୦/୨୦୨୧(ଓଡ଼ିଶା ସମାଚାର)-ପାରାଦୀପଗଡସ୍ଥିତ ଜ୍ଞାନଦୀପ ପାଠାଗାର ଓ ସାରସ୍ୱତ ପରିକ୍ରମା ମିଳିତ ସହଯୋଗ ରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଶ୍ରୀମତି ଗୋଲାପରାନୀ ସାହୁଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ସମାରୋହରେ ଶିକ୍ଷାବିତ୍ ଅକ୍ଷୟ କୁମାର ସେଠୀ, ଶିକ୍ଷକ ଅରୁପ କୁମାର ବିଶ୍ୱାଳ,ସାରସ୍ୱତ ପରିକ୍ରମାର ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ,ପାଠାଗାର ସମ୍ପାଦକ ଅଜୟ କୁମାର ବେହେରା,ଡ.ବିପିନ୍ ବିହାରୀ ସାମନ୍ତରାୟ,ପାଠାଗାର ସଭାପତି ଫକୀର ତରାଇ,ସାରଦା ପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପାରାଦୀପ ଅଂଚଳ ର ବହୁ କବି ଓ କବୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଓଡ଼ିଶା ସମାଚାର