କଟକ ସଦର ,୦୫/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଏଵେ କିଛି ଦିନ ହେଲା ସଵୁ ଜନସେବା କେନ୍ଦ୍ରରେ ଅସମ୍ଭବ ଭିଡ ଦେଖିବାକୁ ମିଳୁଛି। ଇ- ଶ୍ରମ କାର୍ଡ ପଞ୍ଜିକରଣ ପାଇଁ ଲୋକେ ରାତି ସାରା ସହ ଭୋର ପର୍ୟ୍ୟନ୍ତ ଭିଡ ଜମାଉଛନ୍ତି। ବିଳମ୍ବିତ ରାତ୍ରୀରେ ଏହି ଭିଡ ଅଧିକ ରହୁଛି। କାରଣ ଦିନରେ ଇଣ୍ଟରନେଟ ସର୍ଭର ମନ୍ଥର ରହୁଥିଵାରୁ ରାତିରେ ଜନସେବା କେନ୍ଦ୍ରରେ କାମ ହେଉଛି। ସୂଚନା ଅନୁଯାୟୀ ଏହି ଇ- ଶ୍ରମ କାର୍ଡ ଦ୍ୱାରା ହିତାଧିକାରୀ ମାନେ କ’ଣ ସୁବଧା ସୁଯୋଗ ପାଇଵେ ସେ ନେଇ କାହା ପାଖରେ କିଛି ତଥ୍ୟ ନଥିଲେ ଵି ଲୋକଙ୍କ ବ୍ୟାକୁଳତା ର ଫାଇଦା ଉଠାଉଛନ୍ତି ଜନସେବା କେନ୍ଦ୍ର, ସାଇଵର କାଫେ ଓ କମ୍ପ୍ୟୁଟର ଦୋକାନର ମାଲିକ ମାନେ। ଜନସେବା କେନ୍ଦ୍ରରେ ଆବେଦନକାରୀ ଵିନା ଶୁଳ୍କରେ ପଞ୍ଜିକରଣ କରିପାରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ବଳବତ୍ତର ଥିବା ଵେଳେ ଏହାର ଅସାଧୁ ତତ୍ୱଵଧାରକମାନେ ଭିଡର ଫାଇଦା ନେଇ ଗୋଟିଏ କାର୍ଡ ପିଛା ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି।ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାଵି ହେଉଛି। ଓଡ଼ିଶା ସମାଚାର
