କଟକ ସଦର, ୦୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହରେ ସେଵା ସମର୍ପଣ ଅଭିଯାନ ଉପଲକ୍ଷେ କଟକ ନଗର ବିଜେପି ପକ୍ଷରୁ ନୂଆଵଜାର ମଣ୍ଡଳ ଅନ୍ତର୍ଗତ ଚୈ।ଦ୍ୱ।ର- କଟକ ନିର୍ବାଚନ ମଣ୍ଡଳୀ ର ଶିଖରପୁର ପୂଜା ମଣ୍ଡପ ହଲ୍ ଠାରେ ଆଜି ମଙ୍ଗଳଵାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉଦଘାଟନ କରିଥିବା ଵେଳେ ଏଥିରେ ଚୈ।ଦ୍ୱ।ର – କଟକ ଵିଜେପି ନେତା ନୟନ କିଶୋର ମହାନ୍ତି,କଟକ ସଦର ଵିଜେପି ନେତା ଦିଲ୍ଲିପ୍ ମଲ୍ଲିକ, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ଵଡୁ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସଂପାଦିକା ରଶ୍ମୀ ରେଖା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶିଵିର ପରିଚାଳନା ରେ ଵୈଦେଶ୍ୱର ପଣ୍ଡା, ଭାଗିରଥି ଦଳେଇ, ଜଗଦାନନ୍ଦ ତ୍ରିପାଠୀ, ଆଲ୍ହାଦିନୀ ପରିଜା ପ୍ରମୁଖ ସହାୟତା କରିଥିଲେ। ଶିଵିରରୁ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଶା ସମାଚାର