Friday , August 12 2022
Home / ବିଶେଷ / ଏସଏଚଜି ଦ୍ୱାରା ବିଦ୍ୟୁତ୍ ବିଲ ଆଦାୟ , ପାୱାର କଟ୍ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର – ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି

ଏସଏଚଜି ଦ୍ୱାରା ବିଦ୍ୟୁତ୍ ବିଲ ଆଦାୟ , ପାୱାର କଟ୍ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର – ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ସ୍ମାର୍ଟ ମିଟର ଲଗେଇପାରିବେ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିଥିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି।

ବିଧାନସଭାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି। ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି।

ଏଣିକି ଏସଏଚଜି ଦ୍ୱାରା କମ୍ପାନି ବିଲ ଆଦାୟ କରିବ । ଏସଏଚଜି ଘରକୁ ଘର ଯାଇ ବିଲ ଆଦାୟ କରିବ । ଯେଉଁ ଘରକୁ ଲାଇନ୍ ଦିଆଯାଇନି, ତୁରନ୍ତ ଦିଆଯିବ। ପାୱାର କଟ୍ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର। ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ୟ୍ୟ ମଜୁରି ଦରରେ ଅର୍ଥ ପାଇବେ। ଠିକଣା ସମୟରେ ବିଲ ଆଦାୟ ପାଇଁ, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.