Sunday , October 1 2023
Home / ବିଶେଷ / ଆସନ୍ତା ଫେବୃୟାରୀ ୧୨ ରୁ ପଞ୍ଚାୟତ ନିର୍ବାଚନ, ସଂରକ୍ଷଣକୁ ନେଇ ଆଶାୟୀ ଙ୍କ ଚିନ୍ତା ବଢୁଛି

ଆସନ୍ତା ଫେବୃୟାରୀ ୧୨ ରୁ ପଞ୍ଚାୟତ ନିର୍ବାଚନ, ସଂରକ୍ଷଣକୁ ନେଇ ଆଶାୟୀ ଙ୍କ ଚିନ୍ତା ବଢୁଛି

କଟକ ସଦର, ୦୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) : ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଫେବୃୟାରୀ ୧୨ ରୁ ୫ ଟି ପର୍ଯ୍ୟାୟରେ ହେଵ ଵୋଲି ଆପାତତଃ ସ୍ଥିର ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ପାଇଵା ସହିତ ନୂଆ ନିର୍ବାଚିତ ପ୍ରତିନିଧିମାନେ ପଞ୍ଚାୟତ ଦିଵସରେ ଦାୟିତ୍ଵ ଗ୍ରହଣ କରିଵେ । ତେଵେ ପର୍ଯ୍ୟାୟକ୍ରମେ ହେଵାକୁ ଥିଵା ଭୋଟ କେଉଁ ତାରିଖରୁ ହେଵ ତାହାର ଚୂଡାନ୍ତ ନିଷ୍ପତି ରାଜ୍ୟ ନିର୍ବାଚନ ଆୟୁକ୍ତ ସ୍ଥିର କରି ଜିଲ୍ଲାପାଳ ମାନଙ୍କୁ ଜଣାଇ ଦେଵେ। ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୮ ରେ ପଞ୍ଚାୟତ ଓ ପଞ୍ଚାୟତ ସମିତି ପଦବୀ ପାଇଁ ସଂରକ୍ଷଣ ଚିଠା ପ୍ରକାଶ ପାଇଵ । ସେହିପରି ଜିଲ୍ଲାପରିଷଦ ପଦଵୀ ପାଇଁ ମଧ୍ୟ ୮ ରେ ଚିଠା ସଂରକ୍ଷଣ ତାଲିକା ସହ ୩୦ ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୨୨ ମାର୍ଚ୍ଚ ୫ ରେ ଚଳିତ ପଞ୍ଚାୟତରାଜ ପ୍ରତିନିଧି ମାନଙ୍କ କାର୍ଯ୍ୟ କାଳ ଶେଷ ହେଉଥିବାରୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ସାରିବାକୁ ସରକାର ନିତିଗତ ନିଷ୍ପତ୍ତି ନେଇଛନ୍ତି। ଚଳିତ ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଚୂଡାନ୍ତ ଶେଷ କରି ସରକାର ଙ୍କ ପକ୍ଷରୁ ନିର୍ବାଚନ ଆୟୁକ୍ତ ଙ୍କୁ ପ୍ରଦାନ କରାଯିଵ।ତେଵେ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ ପୂର୍ବରୁ ଆଶାୟୀ ଙ୍କ ମଧ୍ୟ ରେ ମୁଣ୍ଡବ୍ୟଥା ଆରମ୍ଭ ହୋଇ ଯାଇଛି। ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥା ତଳୁ ଉପର ପର୍ଯ୍ୟନ୍ତ ସଵୁ ସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଵା ସମ୍ଭାବନା କୁ ଏଡାଇଦେଇ ହେବନାହିଁ ଵୋଲି ରାଜନୈତିକ ପଣ୍ଡିତ ମାନେ ମତବ୍ୟକ୍ତ କରୁଛନ୍ତି। ତେଵେ ସଂରକ୍ଷଣ ବ୍ୟବସ୍ଥା ସଵୁ ଵର୍ଗଙ୍କୁ ମିଶାଇ ୫୦%ରୁ ଅଧିକ ହେଵ ନାହିଁ ଵୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରିକରିଥିଵାରୁ ଓଵିସି ଵର୍ଗ ଏଥିରେ ଵିଶେଷ କ୍ଷତିଗ୍ରସ୍ତ ହେଉଥିଵାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *