Monday , October 18 2021
Breaking News
Home / ଶିକ୍ଷା / ଆଜାଦୀର ଅମୃତ ମହୋତ୍ସବ ଅବସରରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଆଜାଦୀର ଅମୃତ ମହୋତ୍ସବ ଅବସରରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନ ୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ତରଫରୁ ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତୀ ଅବସରରେ ଆଜାଦୀ ର ଅମୃତ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସ୍ୱତନ୍ତ୍ର ଭାବେ ୧୫ ଟି ୱାର୍ଡରେ ସେପ୍ଟେମ୍ବର ୨୭ ତାରିଖ ଠାରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଡ୍ରେନ ସଫେଇ ସାଙ୍ଗକୁ ଝାଡୁ ମରା କାର୍ଯ୍ୟ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଆଜି ଏନଏସି ପରିସରସ୍ଥ ବାଜିରାଉତ କଲ୍ୟାଣ ମଣ୍ଡପ ଠାରେ ଆଜାଦୀର ଅମୃତ ମହୋତ୍ସବ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିବାର୍ହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନ ଏନଏସି ପରିମଳ ଦାୟିତ୍ୱ ନେଇଥିବା ନିପ୍ସ ର ନିର୍ଦ୍ଧେଶକ ଡଃ ପରମେଶ୍ୱରଦାଶ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଭୁବନ ,ସୁସ୍ଥ ଭୁବନ ନାରା ଦେଇ ସଫେଇ କର୍ମଚାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ ଓ ସାରଗର୍ଭକ ଭାଷଣ ଦେଇଥିଲେ । ସ୍ୱଚ୍ଛ ଭାରତ ସଂଯୋଜକ ପ୍ରଣୟ କୁମାର ଚୌଧୁରୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟକିରାଣୀ ପ୍ରାଣକୃଷ୍ଣ ଓଝା,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ,ଡିଇଓ ପ୍ରଦୀପ ପଣ୍ଡା,ସିଇଓ ଜଲିତା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଶେଷରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନଙ୍କୁ ପ୍ରଶଂସା ପତ୍ର,ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *