ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଉପଲବ୍ଧ ସମସ୍ତ ଖଣିଜ ପଦାର୍ଥର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ଓ ତତ୍ସଲଗ୍ନ ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭୂତତ୍ୱ ନିର୍ଦ୍ଧେଶାଳୟରେ ପ୍ରତିଷ୍ଠା ହୋଇଥିବା ଏକ ଅତ୍ୟାଧୁନିକ ଓ ବୈଷୟିକ ଏକ୍ସ.ଆର୍.ଡି ଏବଂ ଏକ୍ସ.ଆର୍.ଏଫ୍ ପ୍ରୟୋଗଶାଳାକୁ ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହି ପ୍ରୟୋଗଶାଳା ରାଜ୍ୟ ପାଇଁ ବରଦାନ ସଦୃଶ । ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଆମର ବିପୁଳ ଖଣିଜ ଦ୍ରବ୍ୟର ଚିହ୍ନଟ ସହ ସଠିକ ମାନ ଆକଳନ କରିବାରେ ଆମେ ଆଜି ସକ୍ଷମ ହୋଇପାରିଛୁ । ପ୍ରୟୋଗଶାଳାର ସଦ୍ୱ୍ୟବହାର କରି ଖଣିଜ ପଦାର୍ଥର ଅନ୍ୱେଷଣକୁ ଆହୁରି ଆଗକୁ ନେଇଯିବା ପାଇଁ କାର୍ଯ୍ୟାଳୟର ଭୂତତ୍ୱବିଦ୍ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ଓଡ଼ିଶା ପରି ଏକ ଖଣିଜସଂପଦ ସମୃଦ୍ଧ ରାଜ୍ୟରେ ଉପଲବ୍ଧ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ମହଜୁଦ ରହିଛି ।
ଏହି ସବୁ ଖଣିଜ ଦ୍ରବ୍ୟର ଚିହ୍ନଟ ଓ ଅନ୍ୱେଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଭୂତତ୍ୱ ନିର୍ଦ୍ଧେଶାଳୟ ବ୍ୟାପକ କାର୍ଯ୍ୟ କରିଆସୁଛି । ଏହି କ୍ରମରେ କାର୍ଯ୍ୟାଳୟର ଭୂତତ୍ୱବିଦ୍ମାନେ କ୍ଷେତ୍ର ପରିଦର୍ଶନ ସହ ସେଠାରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ ଖଣିଜ ପଦାର୍ଥର ମହଜୁଦ୍ର ପରିମାଣ ଅନୁସନ୍ଧାନ କରିବା ପରେ ବିସ୍ତୃତ ବିବରଣୀ ସରକାରଙ୍କୁ ପ୍ରଦାନ କରିଥାନ୍ତି । ଏହି ରିପୋର୍ଟ ଆଧାରରେ ଖଣିଜ ପଦାର୍ଥଉତୋଳନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଲାମ ପ୍ରକ୍ରିୟା ହୋଇଥାଏ । ଏସବୁ ଖଣିଜ ପଦାର୍ଥର ଚିହ୍ନଟୀକରଣ ଓ ଅନ୍ୱେଷଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସଠିକ୍ କରିବା ଉଦ୍ଧେଶ୍ୟରେ ୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ଅତ୍ୟାଧୁନିକ ଏକ୍ସ.ଆର୍.ଡି ଏବଂ ଏକ୍ସ.ଆର୍.ଏଫ୍ ପ୍ରୟୋଗଶାଳା ସ୍ଥାପନ କରାଯାଇଛି । ଏହା ଦ୍ୱାରା ଖୁବ୍ କମ୍ ସମୟରେ ଖଣିଜ ପଦାର୍ଥର ସଠିକ୍ ଚିହ୍ନଟ ଓ ମାନ ନିରୁପଣ ହୋଇପାରିବ । ଏହି ଯନ୍ତ୍ର ଦ୍ୱାରା ପରୀକ୍ଷଣର ଫଳାଫଳ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବାରୁ ଏହାର ଫଳାଫଳ ଉପରେ ପରବର୍ତୀ ପଦକ୍ଷେପ ଯଥା ଗଚ୍ଛିତ ସଂପଦର ଆକଳନ ଓ ଉତୋଳନ ର୍ନିଭର କରିଥାଏ । ଏହି ପ୍ରୟୋଗଶାଳାର ସ୍ଥାପନ ପରେ ଆମ ରାଜ୍ୟର ଖଣିଜ ପଦାର୍ଥ ଅନୁସନ୍ଧାନ କାର୍ଯ୍ୟ ଫଳପ୍ରଦ ହୋଇପାରିବ । ଅଦ୍ୟାବଧି କମ୍ ମାତ୍ରାରେ ଉପଲବ୍ଧ ଧାତୁ ଯଥା ନିକେଲ, କୋବାଲଟ୍, ପ୍ଲାଟିନମ୍,ସୁନା, ଟିନ୍ ଯାହାର ମାନ ନିରୁପଣ କଷ୍ଟସାଧ୍ୟ ଥିଲା, ତାହା ସହଜରେ ସମ୍ଭବ ହୋଇପାରିବ । ସଠିକ୍ ମାନ ନିରୁପଣ ଯୋଗୁଁ ଖଚ୍ଚିଜ ପଦାର୍ଥରୁ ସରକାରଙ୍କ ରାଜସ୍ୱ ବିବାରେ ସହାୟକ ହେବ । ଏହି ପ୍ରୟୋଗଶାଳା ଦ୍ୱାରା ଭୂତତ୍ୱ ନିର୍ଦ୍ଧେଶାଳୟ ସହିତ ବିଭିନ୍ନ ଖଚ୍ଚି ସମ୍ବନ୍ଧୀୟ ଶିଳ୍ପ ସଂସ୍ଥା, ଶିକ୍ଷାର୍ଥୀ ଏବଂ ଗବେଷକମାନେ ଉପକୃତ ହୋଇପାରିବେ । ଏହି ଉଦଘାଟନ ଉତ୍ସବରେ ଇସ୍ପାତ ଓ ଖଚ୍ଚି ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂ, ଓଡ଼ିଶା ଖଚ୍ଚି ନିଗମର ପରିଚାଳନା ନିର୍ଦ୍ଧେଶକ ବଲୱନ୍ତ ସିଂ, ଖଣି ନିର୍ଦ୍ଧେଶକ ଦେବୀଦତ ବିଶ୍ୱାଳ, ଭୂତତ୍ୱ ନିର୍ଦ୍ଧେଶକ ମନୋରଞ୍ଜନ ପଣ୍ଡା, ଅତିରିକ୍ତ ନିର୍ଦ୍ଧେଶକ ମନୋରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର