ଜଗତସିଂହପୁର, ୦୪/୧୦/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ ଙ୍କ ଆହ୍ୱାନ କ୍ରମେ ବରାଗୋଳ ପଂଚାୟତରେ ସାଙ୍ଗଠନିକ ବୈଠକ ହେବା ସହ ପଂଚାୟତ ସ୍ତରୀୟ କମିଟି ଓ ୱାର୍ଡ଼ କମିଟି ଗଠନ କରାଯାଇଛି । ବରାଗୋଳ ପଂଚାୟତ କଂଗ୍ରେସ କମିଟିର ସଭାପତି ଭାବେ ପ୍ରଦୀପ୍ତ କୁମାର ସ୍ୱାଇଁ , ଉପସଭାପତି ଭାବେ ନୀରଂଜନ ଦାସ, ଗଙ୍ଗାଧର ବାରିକ,କୋଷାଧ୍ୟକ୍ଷ ଭାବେ ମାନସ କୁମାର ସ୍ୱାଇଁଙ୍କ ନାମ ଘୋଷଣା କରାଯାଇଥିଲା । ଜୟଶୋଳ ପଂଚାୟତରେ ମଧ୍ୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ପଂଚାୟତ କଂଗ୍ରେସ କମିଟି ସଭାପତି ଭାବେ ବିଶ୍ୱଜିତ ମହାନ୍ତି, ଉପସଭାପତି ଭାବେ ବିନୋଦ ବେହେରା, ସେକ୍ ଗୋରା, ସୁବାସ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ବସନ୍ତ କୁମାର ଦାସ, ହରେକୃଷ୍ଣ ମଲିକ,ସମ୍ପାଦକ ଭାବେ ଟୁନ ଭୋଇ, କୋଷାଧ୍ୟକ୍ଷ ଭାବେ ଜୟଚନ୍ଦ୍ର ମହାନ୍ତିଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ତରିକୁନ୍ଦ ପଂଚାୟତରେ ବରିଷ୍ଠ କଂଗ୍ରେସ ନେତା ରୈନକ ଅଲୀ ଖାଁ ଙ୍କ ସଭାପତିତ୍ୱରେ ପଂଚାୟତ ସ୍ତରୀୟ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ତରିକୁନ୍ଦ ପଂଚାୟତ ସଭାପତି ଭାବେ ବନୋଜ ବେହେରା, ଉପସଭାପତି ଭାବେ ପ୍ରଫୁଲ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ସଫିକ ଅଲୀ ଖାନ୍ , ସାଧାରଣ ସମ୍ପାଦକ ମୁରଲୀଧର ଦାସ, ବିରେନ୍ କୁମାର ଦାସ, ସମ୍ପାଦକ ଭାବେ ଜାଫର ଅଲୀ ଖାନ୍, ସଂଗ୍ରାମ ଭୋଇ, ସମିରଉଦ୍ଧିନ୍ ଖାଁ ଙ୍କ ନାମକୁ ଘୋଷଣା କରାଯାଇଥିଲା । ଏହି ବୈଠକରେ କଂଗ୍ରେସ ନେତା ଇଂ ହିମାଂଶୁ ଭୁଷଣ ମଲିକ, ଜିଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ, ଉପସଭାପତି ଆର୍ତତ୍ରାଣ ପଣ୍ଡା, ସାରଦା ଜେନା, ବାସତ ଅଲୀ , ସମିର ଉଦ୍ଧିନ୍ , ସଂଗ୍ରାମ ଭୋଇ ଙ୍କ ସମେତ ପଂଚାୟତ ସ୍ତରୀୟ କର୍ମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
