Friday , August 12 2022
Home / ତାଜା ଖବର / ମହାନଦୀରେ ଭାସିଗଲେ ବାପ, ପୁଅ ଓ ଝିଅ – ବାପ ଓ ପୁଅ ଉଦ୍ଧାର, ଝିଅର ପତା ମିଳିନି

ମହାନଦୀରେ ଭାସିଗଲେ ବାପ, ପୁଅ ଓ ଝିଅ – ବାପ ଓ ପୁଅ ଉଦ୍ଧାର, ଝିଅର ପତା ମିଳିନି

ସମ୍ୱଲପୁର, ୦୪/୧୦/୨୦୨୧(ଓଡ଼ିଶା ସମାଚାର)- ମହାନଦୀରେ ଏକ ଅଘଟଣ ଘଟିଛି । ନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୩ ଜଣ (ବାପ, ପୁଅ ଓ ଝିଅ ) ଭାସି ଯାଇଥିବା ଜଣାପଡ଼ିଛି । ମହାନଦୀର ଦଳେଇପଡ଼ା ଘାଟରେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ଭାସି ଯାଇଥିବା ଏହି ୩ ଜଣ ସମ୍ୱଲପୁର ପେନସନ୍ ପଡ଼ାର । ବାପାଙ୍କ ନାମ ମହମ୍ମଦ ଅଲତାଫ (୪୦) ବର୍ଷ , ପୁଅର ନାମ ମହମ୍ମଦ ଅଫତାବ (୧୫ ବର୍ଷ) ଓ ଝିଅର ନାମ ରୁକସାନା ପରବିନ (୧୨ ବର୍ଷ) । ବାପ ଅଲତାବ ଏକ ହୋଟେଲ୍ ରେ କାମ କରୁଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ୩ ଜଣଙ୍କ ମଧ୍ୟରୁ ପ୍ରଥମେ ପୁଅ ଅଫତାବ୍ କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ପରେ ପରେ ବାପ ମହମ୍ମଦ ଅଲତାଫ ଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବାବେଳେ ଝିଅ ରୁକସାନା ପରବିନ ନିଖୋଜ ରହିଛି । ବାପ ଓ ପୁଅ ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଝିଅ ର ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ମାତ୍ର ଏ ପର୍ୟ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.