Tuesday , October 19 2021
Breaking News
Home / ବିଶେଷ / ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ଜୟନ୍ତୀ ରେ ମେଗା ରକ୍ତଦାନ ଶିବିର

ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ଜୟନ୍ତୀ ରେ ମେଗା ରକ୍ତଦାନ ଶିବିର

ନିଶ୍ଚିନ୍ତକୋଇଲି ,୦୪/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ଆଜି ପୂର୍ବତନ ମନ୍ତ୍ରୀ, ଅଧ୍ୟାପକ, ସାହିତ୍ୟିକ, ଜନନେତା ସ୍ବର୍ଗତ କାଳିନ୍ଦୀ ବେହେରାଙ୍କ ୮୧ତମ ଜୟନ୍ତୀ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜୟନ୍ତୀ ଉପଲକ୍ଷେ କନ୍ଦରପୁର କଲେଜ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର ଙ୍କ ପୌରୋହିତ୍ୟରେ ଆୟୋଜିତ ସଭା ରେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଜେଡି ନେତା ମଧୁସୂଦନ ସାହୁ, ବିଜେଡି ନେତା ରବୀନ୍ଦ୍ର ସାମଲ, ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ ପ୍ରମୁଖ ଅତିଥିଭାବେ ଭାବେ ଯୋଗ ଦେଇ ସ୍ବର୍ଗତ କାଳିନ୍ଦୀ ବେହେରାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଜଣେ ସଫଳ ରାଜନେତା, ଶିକ୍ଷାବିତ ଓ ସାହିତ୍ୟିକ ଭାବରେ ସମଗ୍ର ଜନମାନସ ରେ ଜୀବିତ ରହିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ସୁପୁତ୍ର ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ର ସାରଥୀ ବେହେରା ସମସ୍ତ କାର୍ୟ୍ୟକ୍ରମ କୁ ପରିଚାଳନାକରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ବିଜେଡି କାର୍ୟକାରୀ ସଭାପତି ପ୍ରମୋଦ ନାୟକ,ବିଶ୍ୱଜିତ ପରିଡା, ଅଚ୍ୟୁତାନନ୍ଦ ଦାସ, ଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ । ଏହି ମେଗା ରକ୍ତଦାନ ଶିବିର ରେ ୩୦୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *