Thursday , October 21 2021
Breaking News
Home / ବିଶେଷ / ପୂର୍ଵତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ଵେହେରାଙ୍କ ୮୧ ତମ ଜନ୍ମ ଜୟନ୍ତୀ ଅଵସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପୂର୍ଵତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ଵେହେରାଙ୍କ ୮୧ ତମ ଜନ୍ମ ଜୟନ୍ତୀ ଅଵସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କଟକ ସଦର, ୦୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦରର ପୂର୍ଵତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଧ୍ୟାପକ ସ୍ୱର୍ଗତ କାଳିନ୍ଦୀ ଵେହେରାଙ୍କ ୮୧ ତମ ଜନ୍ମ ଜୟନ୍ତୀ ପାଳନ ଅଵସରରେ କଟକ ସଦର ଵିଜୁ ଜନତା ଦଳ ପକ୍ଷରୁ କଟକ ସଦର ବିକାଶ ମଞ୍ଚ ଆନୁକୂଲ୍ୟରେ ଆଜି ସୋମବାର ଫକିରପଡା ବରୁଣେଇ ପାଠାଗାର ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂ ଉଦ୍ଘାଟନ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା,ସଦର ବ୍ଲକ ‘ଆତ୍ମା’ ର ଅଧ୍ୟକ୍ଷ ରଜନୀକାନ୍ତ ସାହୁ,ଫକିରପଡା ସରପଞ୍ଚ ଯତିନ୍ଦ୍ର ରାଉଳ, ସମିତି ସଭ୍ୟା ମାନସୀ ସାହୁ,ନିମେଇଶାପୁର ସରପଞ୍ଚ ତ୍ରିଲୋଚନ ସ୍ବାଇଁ, କିଶୋର ସାହୁ,ଵାଵୁଲି ସାହୁ,ଯୁଵ ସମାଜସେବୀ ପ୍ରଦୀପ୍ତ ମହାଳି, ବରୁଣେଇ ପାଠାଗାର ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱ।ଇଂ,ସଙ୍ଗ୍ରାମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଵା ଵେଳେ ପରିଚାଳନାରେ ଵିକାଶମଞ୍ଚ ସଭାପତି ସୁବୋଧ ବେହେରା ଓ ସଂପାଦକ ଡଃ ଦେବଦତ୍ତ ନନ୍ଦ ସହାୟତା କରିଥିଲେ। ଶିଵିରରେ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କର ଚକ୍ଷୁ ପରିକ୍ଷା କରାଯାଇଥିଵା ଵେଳେ ଆବଶ୍ୟକତା ଅନୁଯାୟୀ ଶିଵିରରେ ମାଗଣା ଚଷମା ପ୍ରଦାନ କରାଯାଇ ଅନ୍ୟ ଆବଶ୍ୟକ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କୁ ଯିଵାକୁ ପରାମର୍ଶ ଦିଆଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ମାହାଙ୍ଗା କୋଠପଦା ରେ ଗଣକବି ବୈଷ୍ଣବପାଣିଙ୍କ ୧୩୯ ତମ ଜୟନ୍ତୀ ସମାରୋହ

ମାହାଙ୍ଗା, ୨୦/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଖ୍ୟାତ ସାରସ୍ୱତ ସାଧକ, ଗଣକବି …

Leave a Reply

Your email address will not be published. Required fields are marked *