କେନ୍ଦ୍ରାପଡ଼ା, ୦୪/୧୦/୨୦୨୧(ଓଡ଼ିଶା ସମାଚାର)- ଭଲିବଲ ଖେଳକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ତରଡିପାଳ ଗ୍ରାମର ବିଶିଷ୍ଟ କ୍ରୀଡାବିତ ତଥା ଜାତୀୟ ସ୍ତରର ପୂର୍ବତନ ଭଲିବଲ ଖେଳାଳୀ ପ୍ରଫୁୁଲ୍ଲ ବିଶ୍ୱାଳଙ୍କ ୫୮ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବିଶ୍ୱାଳ ଗ୍ରାମାଂଚଳ ଭଲିବଲ ଖେଳ ପ୍ରତିଯୋଗୀତାରେ ପାରଦର୍ଶିତା ଦେଖାଇ ୯୦ଦଶକରେ ଓଡିଶା ପୋଲିସରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ବିଭିନ୍ନ ସମୟରେ ଓଡିଶା ପୋଲିସର ଭଲିବଲ ଦଳରେ ପ୍ରତିନିଧିତ୍ୱ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ରାଜ୍ୟ ପାଇଁ ସୁନାମ ଅର୍ଜ୍ଜନ କରିିଥିଲେ । କନ୍ଧମାଳ ଜିଲ୍ଲାରେ ପୋଲିସ ସବଇନିସପେକ୍ଟର ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀର ଜନ୍ମମାଟି ତରଡିପାଳ ଗ୍ରାମରେ ପହଂଚିିବା ପରେ ଜାତୀୟ କ୍ରୀଡା ସଂସଦର କର୍ମକର୍ତାମାନେ ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ରିପନ ମୁଖାଗ୍ନି ଦେଇଥିଲେ । ବରିଷ୍ଠ ଖେଳାଳୀ ନୃସିଂହ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ସୁଶିଲ ବିଶ୍ୱାଳ, ଜନ୍ମେଜୟ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ରୂହିନାଥ ସାମଲ, ବଟକୃଷ୍ଣ ତ୍ରିପାଠୀ, ପଦ୍ମନାଭ ରାଉତ, ଅଶୋକ ବିଶ୍ୱାଳ, ଜ୍ଞାନରଞ୍ଜନ ବିଶ୍ୱାଳ, ନନ୍ଦ କିଶୋର ଧଳ, ରାଜକିଶୋର ବିଶ୍ୱାଳ, ସଚ୍ଚିଦାନନ୍ଦ ବିଶ୍ୱାଳ, ସାମ୍ବାଦିକ ଚିରଞ୍ଜନ ମଲ୍ଲିକ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ତରଡିପାଳ ସରପଂଚ ପ୍ରିୟଦର୍ଶିନୀ ତରାଇ, ପ୍ରମୋଦ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ଇଂ ଧନେଶ୍ୱର ବିଶ୍ୱାଳ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପୋଲ୍: ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ନଂ ୧ ସିଏମ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦୀ ପ୍ରଥମ ପସନ୍ଦ
ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଘରୋଇ ରାଜ୍ୟରେ ନମ୍ବର ୧ ସିଏମ୍ ହୋଇଛନ୍ତି। ଇଣ୍ଡିଆ ଟୁଡେ …