ସାଲେପୁର, ୦୪/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଦିନ ଦୁଇ ପ୍ରହରରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ବନ୍ଧୁକ ଫୁଟାଇ ଏକ ଲକ୍ଷ ୨୯ହଜାର ଟଙ୍କା ଲୁଟିନେଇ ଛନ୍ତି ଦୁର୍ବୁତ୍ତ । ଘଟଣା ଘଟିଛି କଟକ ପାଗା ନିକଟ ପୁରୁଷୋତ୍ତମପୁର ଠାରେ। ଆଜି ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ହଠାତ ସୁଯୋଗ ଦେଖି ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶିଥିଲେ। ସେଠାରେ ବନ୍ଧୁକରୁ ଦୁଇ ରାଉଣ୍ଡ ବ୍ଳଙ୍କ ଫାଇରିଂ କରି ୧ଲକ୍ଷ୨୯ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି । ପାଗା ଫାଣ୍ଡିରେ ଅଭିଯୋଗ ପରେ ପାଗା ଓ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସି ସି ଟି ଭି ଫୁଟେଜ ଜବତ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରି ଦୁର୍ବୁତ୍ତ ମାନଙ୍କୁ ପୋଲିସ ଖୋଜାଖୋଜି କରୁଛି।ଓଡ଼ିଶା ସମାଚାର
