Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / ଗାଙ୍ଗପଡା ପଂଚାୟତରେ କୋଭିଡ ଟୀକାକରଣ କେନ୍ଦ୍ର ଉଦଘାଟିତ

ଗାଙ୍ଗପଡା ପଂଚାୟତରେ କୋଭିଡ ଟୀକାକରଣ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡ଼ା, ୦୪/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଗୋଗୁଆ କମୁ୍ୟନିଟି ସେଂଟରରେ କୋଭିଡ ଟୀକାକରଣ କେନ୍ଦ୍ର ସମିତିସଭ୍ୟା ମମତାରାଣୀ ଧଳଙ୍କ ଦ୍ୱାରା  ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରରେ ଗାଙ୍ଗପଡା ପଂଚାୟତର ଲୋକମାନଙ୍କୁ  କୋଭିଡ ଟୀକା ପ୍ରଦାନ କରାଯିବ । ପ୍ରଥମ ଦିବସରେ ଟୀକାକରଣ କାର୍ଯ୍ୟରେ ସୁନିତ କୁମାର ବଳ, ଶତୃଘନ ବିଶ୍ୱାଳ, ମୁରଲୀଧର ଦାସ, ବିଚିତ୍ରାନନ୍ଦ ଜେନା, ପ୍ରଦୀପ ବଳ, ଉମାକାନ୍ତ ମହାରଣା, ସର୍ବେଶ୍ୱର ମଲ୍ଲ, ବିଭୁ ପ୍ରସାଦ ପରିଡା, ଭ୍ରମରବର ସେଠୀ, ଜଗନମୋହନ ସାହୁ, ନିରଞ୍ଜନ ପାତ୍ର, ପ୍ରଫୁଲ୍ଲ ରାଉତ, ଅସିତବନ୍ଧୁ ଧଳ, ସେକ ଗୋରା, ସେକ ଓସିମୁଦ୍ଧିନ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.