Wednesday , October 27 2021
Breaking News
Home / ରାଜନୀତି / କିଶୋର ତରାଇ  ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କିଶୋର ତରାଇ  ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦ୍ରାପଡ଼ା,୦୪/୧୦/୨୦୨୧(ଓଡ଼ିଶା ସମାଚାର)- ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ନେତା କିଶୋର ଚନ୍ଦ୍ର ତରାଇଙ୍କୁ କେଉଁଝର ଜିଲ୍ଲାର ପାଟଣା ଓ କେଉଁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ଶକ୍ତିଶାଳୀ ଓ ମଜଭୁତ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳୀୟ ଅସନ୍ତୋଷକୁ ସମାଧାନ କରି ଆସନ୍ତା ପଂଚାୟତ ନିର୍ବାଚନରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନିଯୁକ୍ତିକୁ ନେଇ କେନ୍ଦ୍ରାପଡାରେ ବିଜେଡିର ପ୍ରମୁଖ କର୍ମକର୍ତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *