Saturday , August 20 2022
Breaking News
Home / ବିଶେଷ / ହିନ୍ଦୁ ଦେବାଦେବୀ କୁ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା: ବାଲିଗୁଡାରେ ଦୋକାନ ବଜାର ବନ୍ଦ

ହିନ୍ଦୁ ଦେବାଦେବୀ କୁ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା: ବାଲିଗୁଡାରେ ଦୋକାନ ବଜାର ବନ୍ଦ

ବାଲିଗୁଡ଼ା,୦୩/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକ କୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମଗ୍ର ସହର ରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପୂର୍ଣ୍ଣ ସମର୍ଥନ ଥିବା ଯୋଗୁଁ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଅଛି। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଜଣେ ମୁସଲମାନ ଯୁବକ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ମୁସଲମାନ ଯୁବକକୁ ତୁରନ୍ତ ଗିରଫ କରାନଗଲେ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ତିବ୍ର କରାଯିବା ପାଇଁ ହିନ୍ଦୁ ପୁତ୍ର ସଙ୍ଗଠନ ନେତା ସୁରେଶ କୁମାର ପତି ଚେତାବନୀ ଦେଇଛନ୍ତି । ଏପଟେ ଜନୈକ ମୁସଲମାନ ଯୁବକଙ୍କୁ ଥାନା ରେ ପୁଲିସ ପଚରା ଉଚରା ଆରମ୍ଭ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.