Sunday , October 17 2021
Breaking News
Home / ବିଶେଷ / ସଦର ମହକୁମାରେ ରହୁନାହାନ୍ତି କିଶନନଗର ତହସିଲଦାର – ଅଂଚଳରେ ମାଫିଆରାଜ୍ ବୃଦ୍ଧି ଅଭିଯୋଗ

ସଦର ମହକୁମାରେ ରହୁନାହାନ୍ତି କିଶନନଗର ତହସିଲଦାର – ଅଂଚଳରେ ମାଫିଆରାଜ୍ ବୃଦ୍ଧି ଅଭିଯୋଗ

କଟକ ସଦର, ୦୩/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲଦାର ସଦର ମହକୁମାରେ ରହୁନଥିବା ଅଭିଯୋଗ ହେଉଛି । ତହସିଲଦାର ସୁଚେତା ମହାପାତ୍ର ତହସିଲ ମହକୁମାରେ ନରହି ୫୦ କି.ମି.ଦୂର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଭୂଵନେଶ୍ୱରରୁ ପ୍ରତିଦିନ ଯିବାଆସିବା କରୁଥିଵାରୁ ସମୟାନୁଵର୍ତିତା ଦେଖାଦେଵା ସହ ସରକାରୀ ଗାଡିର ଅପବ୍ୟବହାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ତହସିଲଦାର ସଦର ମହକୁମାରେ ନରହିଵା ଫଳରେ ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମାଜିଷ୍ଟ୍ରେଟ କ୍ଷମତା ପାଇବାକୁ ପୋଲିସ୍ କୁ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। ତହସିଲ ରେ ବର୍ଷ ଵର୍ଷ ଧରି ଶତାଧିକ ଦାଖଲ ଖାରଜ ମାମଲା ସହ ଅନେକ ମାମଲା ପଡ଼ିରହିଛି। ଅନ୍ୟପକ୍ଷରେ ତହସିଲଦାରଙ୍କ ଉଦାସୀନ ମନୋଭାବ ପାଇଁ ତହସିଲ ଅଞ୍ଚଳରେ ଵାଲି ମାଫିଆ,ମାଟି ମାଫିଆ, ଇଟାଭାଟି ମାଫିଆ, ଜବରଦଖଲ ମାଫିଆ ମାନେ ସକ୍ରିୟ ହୋଇଥିଵା ଅଭିଯୋଗ ହୋଇ ଆସୁଛି। ପୂର୍ବରୁ ଥିବା ତହସିଲଦାର ତାଙ୍କର ଏତାଦୃଶ କାର୍ୟ୍ୟ ପାଇଁ ବିବାଦୀୟ ହୋଇଥିଵା ଶୁଣାଯାଉଥିଵା ଵେଳେ ଏଠାରେ ତାଙ୍କ ପାଇଁ ତିନି ଵର୍ଷିଆ ଵଦଳି ନିତି ପ୍ରୟୋଗ କରାଯାଉ ନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ତହସିଲଦାର ଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ତହସିଲ ଅଞ୍ଚଳକୁ ସ୍ୱଛ ରଖିଵାକୁ ରାଜ୍ୟ ସରକାରଙ୍କ ୫ ଟି ସଚିଵ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

About admin

Check Also

ଅଭିନବରେ ଦଶହରା – ୧୦ ମା’ଙ୍କୁ ସହାୟତା

ଭୁବନେଶ୍ୱର, ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି …

Leave a Reply

Your email address will not be published. Required fields are marked *