Friday , January 28 2022
Breaking News
Home / ବିଶେଷ / ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ,୦୩/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। କଟକ ଶାରଳା ଭବନ ଠାରେ କମିସନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ବୈଠକରେ ସମସ୍ତ ଥାନାର ଅଧିକାରୀ, ସମସ୍ତ ଜୋନ୍ ଏ ସି ପି,ପୁଜା କମିଟି ସଭାପତି, ମହାନଗର ଶାନ୍ତି କମିଟି କର୍ମକର୍ତ୍ତା,ପୁର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।କଟକଣା ମଧ୍ୟରେ ପୂଜା କିପରି ଭାବେ ହେବ ସେ ନେଇ ବୈଠକରେ ବିଭିନ୍ନ ପୂଜା କମିଟିର ସଭାପତି ମାନେ ନିଜର ମତାମତ ଦେଇଥିଲେ।ବିଶେଷ କରି ସରକାର କରିଥିବା ପୂଜାର ଏସ୍ ଓ ପି କଟକଣାରେ ପୂଜା କରିବା ପାଇଁ ବୈଠକରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା। ଏହାସହ ମଣ୍ଡପ ଭିତରେ ଏବଂ ବାହାରେ ଆଲୋକିକରଣ କରାଯିବା ପାଇଁ ସ୍ଥିର କରାଯାଇଛି। ଏହାଛଡା ମଣ୍ଡପରେ ପରଦା ପକାଯାଇ ମା ଙ୍କୁ ପୂଜା କରାଯିବା ସହ କମିଟିର ୭ ଜଣ କାର୍ୟ୍ୟକର୍ତ୍ତା ରହି ପୂଜାକୁ ଶେଷ କରିବେ। ସେହିପରି ଭଷାଣୀ ରେ ମଧ୍ୟ ଦୁଇଦିନ ହେବାକୁ ନେଇ ନିଜ ନିଜର ମତାମତ ରଖିଥିଲେ। ଏ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ହେଲେ ଖୁବଶୀଘ୍ର ଭଷାଣୀ କିପରି କରାଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ତେବେ ଦୁର୍ଗାପୂଜା ସମ୍ପୁର୍ଣ୍ଣ କୋଭିଡ୍ କଟକଣାରେ ଏବଂ ଶାନ୍ତିଶୃଖଂଳାର ସହ ଶେଷ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଟୁଇନ୍ ସିଟି ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ,ଡିସିପି ପ୍ରତୀକ ସିଂ,ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ, ସଭାପତି ଦେବେନ୍ଦ୍ର ନାଥ ସାହୁ, ପୁର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *