Sunday , October 1 2023
Home / ଶିକ୍ଷା / ଵିଧାୟକମାନେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଭିତରେ ଅଦଳ ଵଦଳ କରିପାରିବେ

ଵିଧାୟକମାନେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଭିତରେ ଅଦଳ ଵଦଳ କରିପାରିବେ

କଟକ ସଦର, ୦୩/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କରୋନା ମହାମାରୀ କୁ ଦୃଷ୍ଟିରେ ରଖି ପୂର୍ବରୁ ଥିଵା ଵଦଳୀ ନିତିକୁ କୋହଳ କରାଯାଇ ଆସନ୍ତା ୨୧/୨୨ ଶିକ୍ଷା ବର୍ଷରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସହରାଞ୍ଚଳ ବ୍ୟତୀତ ଜିଲ୍ଲା ଭିତରେ ବିଧାୟକ ମାନେ ଅଦଳବଦଳ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ଵୋଲି ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଧାୟକ ମାନଙ୍କ କ୍ଷମତା ବୃଦ୍ଧି ହୋଇଥିବା ଵେଳେ ସହରାଞ୍ଚଳ ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶା ମଳିନ ପଡ଼ିଯାଇଥିବା ଵେଳେ ଗ୍ରାମାଞ୍ଚଳର ବିଧାୟକ ସମର୍ଥକ ନେତାଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି। ଆଗକୁ ଏହା କିପରି କାର୍ଯ୍ୟକାରୀ ହେଉଛି ତାକୁ କେବଳ ସମସ୍ତ ଙ୍କର ଅପେକ୍ଷା ରହିଛି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *