ତାରପୁର, ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ବୃକ୍ଷ ମନୁଷ୍ୟଠାରୁ ବିଷ ଗ୍ରହଣ କରି ଅମୃତ ପ୍ରଦାନ କରିଥାଏ ବୋଲି ଆଜି ମହମ୍ମଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଏମ.ବି ହାଇସ୍କୁଲ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ଏହା କହିଥିଲେ । ସେ ଆହୁରି କହିଲେ ବୃକ୍ଷ ବିନା ମନୁଷ୍ୟ ଓ ଜୀବଜଗତ ବଂଚିପାରିବ ନାହିଁ ଏବଂ ଜଳବାୟୁ ପରିବର୍ତନ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରାଯାଇ ତାର ନିଜର ସନ୍ତାନର ଲାଳନ ପାଳନ ଭଲି ଉକ୍ତ ଗଛର ଯତ୍ନ ନେବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏମ.ବି ହାଇସ୍କୁଲକୁ ୫ଟି ରେ ଅର୍ନ୍ତଭୁକ୍ତ କରାଗଲା ବୋଲି ବିଧାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହମ୍ମଦପୁର ସରପଂଚ ସରୋଜ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ସମିତିସଭ୍ୟ ନକୁଳ ବେହେରା, ବିଜେଡିନେତା ସ୍ୱାଧୀନ ଭୂୟାଁ, ପରମାନନ୍ଦ ନାୟକ, କିଶୋର ସାହୁ, ବିଜେଡି ନେତା ଅଚୁ୍ୟତାନନ୍ଦ ଦାସ, ବିଜେଡି ନେତା ପ୍ରମୋଦ ନାୟକ ଏବଂ ଉପରୋକ୍ତ ୨ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ପରିବେଶବିତ ଓ ଜନସାଧାରଣ ବିଧାୟକଙ୍କୁ ଏକ ବିଶାଳ ବାଇକ ରାଲିରେ ଉତ୍ସବ ସ୍ଥଳକୁ ନେଇଥିଲେ । ଓଡ଼ିଶା ସମାଚାର