ଭୁବନ , ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଜବାହର ନବୋଦୟ ବିଦ୍ୟାଳୟରେ ପଢିବା ପାଇଁ ପ୍ରବେଶିକା ପରୀକ୍ଷାରେ ବାଳିକା ବିଭାଗରେ ସ୍ମୃତି ସୁହାନି ବେହେରା ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସମୁଦାୟ ସେ ୧୦୦ ରୁ ୯୮ ନମ୍ବର ରଖି କୃତୀତ୍ୱ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ଚନ୍ଦାର ଗ୍ରାମର ବାସିନ୍ଦା ତ୍ରିଲୋଚନ ବେହେରା ଓ ରଶ୍ମିତା ବେହେରା ଙ୍କ ଝିଅ ସ୍ମୃତି ସ୍ଥାନୀୟ ଚନ୍ଦାର ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ବର୍ତମାନ ସେ ଗଁନ୍ଦିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ମୃତି ଙ୍କ ସଫଳତା ପାଇଁ ଚନ୍ଦାର ପ୍ରାଥମିକ ବିଦ୍ୟାଳୟ,ଗଁନ୍ଦିଆ ଆଦର୍ଶ ବିଦ୍ୟାଲୟ ର ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ସମେତ ତାଙ୍କର ଆତ୍ମୀୟ ସ୍ୱଜନ,ବନ୍ଧୁ ବାନ୍ଧବ ତାଙ୍କୁ ସ୍ନେହାର୍ଶୀବାଦ ଜଣାଇବା ସହିତ ଉତରୋତର ଉନ୍ନତି କାମନା କରିଛନ୍ତି । ଓଡ଼ିଶା ସମାଚାର