Friday , October 22 2021
Breaking News
Home / ବିଶେଷ / ଜିଲା ପ୍ରଶାସନ ଆନୁକୂଲ୍ୟରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଜିଲା ପ୍ରଶାସନ ଆନୁକୂଲ୍ୟରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

କଟକ,୦୩/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲାପାଳ ଭବାନୀଶଙ୍କର ଚୟିନୀକଂ ସହ କଟକ ମହାନଗର ପୁଜା କମିଟିର ସାଧାରଣ ସଂପାଦକ ଶ୍ରୀ ପ୍ରଭାତ ତ୍ରୀପାଠୀ, କଟକ ମହାନଗର ନିଗମର ଆୟୁକ୍ତ-ଅନନ୍ୟା ଦାସ, ଚୌଦ୍ୱାର କଟକ ବିଧାୟକ-ସୌଭିକ ବିଶ୍ବାଳ, କଟକ ବାରବାଟୀ ବିଧାୟକ-ମହମ୍ଦ ମୋକିମଙ୍କ ସହ ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ସାହୁ,ଡ଼ଃ ସତ୍ୟବ୍ରତ ମିଶ୍ର ଏବଂ ବିଭିନ୍ନ ପୁଜା କମିଟିର ସଭାପତି ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସରକାରଙ୍କ ଦ୍ବାରା ପ୍ରଣୀତ କୋଭିଡ ନିୟମ ପାଳନ ପୁର୍ବକ ଦୁର୍ଗାପୂଜା ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କଟକବାସୀ ଭାଇଚାରା ଓ ସଦ୍ଭାବ କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ବୋଲି କହିଲେ ଜିଲ୍ଲାପାଳ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *