ପାରାଦୀପ ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଦେଶର ଅଗ୍ରଣୀ କରାଟେ ଅନୁଷ୍ଠାନ ଇଂଟରନ୍ୟାସନାଲ ଗୋସୋ କୋ ରିଓ କରାଟେ ଡୋ ଆସୋସିଏସନ୍ ରାଜ୍ୟ ଶାଖା ପକ୍ଷରୁ ପାରାଦୀପ ର ଗୋପବନ୍ଧୁ ଷ୍ଟାଡିୟମ୍ ପରିସର ରେ ରବିବାର ଦିନ କରାଟେକା ମାନଙ୍କର ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖା ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ବେଲ୍ଟ ଟେଷ୍ଟ ଆୟୋଜିତ ହୋଇଥିଲା । ପାରାଦୀପ ସମେତ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ୫୦ ରୁ ଉଦ୍ଧ୍ୱର୍ କରାଟେକା ଏହି ଶିବିର ରେ ଯୋଗ ଦେଇ ବେଲ୍ଟ ଟେଷ୍ଟ ଦେଇଥିଲେ । ୫ଜଣ କରାଟେକା ବ୍ଲାକ୍ ବେଲ୍ଟ ଟେଷ୍ଟ ଦେଇଥିବା ବେଳେ ଅନ୍ୟ ମାନେ ବିଭିନ୍ନ ବର୍ଗ ରେ ବେଲ୍ଟ ଟେଷ୍ଟ ଦେଇଥିଲେ । କରାଟେ ପ୍ରଶିକ୍ଷକ ରଶ୍ମି ରଂଜନ ମଲ୍ଲିକ, କିସନ୍ କୁମାର ଜୟଶ୍ୱାଲ୍, ସୁବାସ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର