କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ସ୍କୁଲ୍ ପରିସରେ ଖୋଳା ଯାଇଥିବା ଗାତରେ ପଡ଼ି ଦୁଇ ଶିଶୁ କନ୍ୟା ଙ୍କ ମୃତ୍ୟୁ ପ୍ରସଙ୍ଗରେ ଦୁଇ ପୀଡିତ ପରିବାର ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏଭଳି ଅଭାବନୀୟ ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ ୩୦ ଟି ଜିଲ୍ଲାପାଳ ମାନଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୦୧୨ ସେପ୍ଟେମ୍ବର ୭ ରେ ଅନୁଗୁଳ ଜିଲ୍ଲା ଵଅଂରପାଳ ବ୍ଲକ ଅନ୍ତର୍ଗତ ତେନ୍ତୁଳିହତା ସ୍କୁଲ ପରିସରରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖୋଳା ହୋଇଥିବା ଗାତରେ ଭର୍ତ୍ତି ହୋଇଥିବା ପାଣିରେ ପଡି ଦୁଇଜଣ କୋମଳମତି ଶିଶୁ କନ୍ୟା ଙ୍କର ମୃତ୍ୟୁ ଘଟିଥିଲା।ମାମଲାର ବିଚାର କରି ୮ ଵର୍ଷ ପରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ସମାଚାର