କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ବ୍ଲକ୍ କଂଗ୍ରେସ ପକ୍ଷରୁ ଜାତୀର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଦେଓପୁର ନେତାଜୀ ସୁବାଷ ବୋଷ ସ୍କୁଲରେ ଆଜି ଶନିଵାର ସଭାପତି ପ୍ରତାପ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏଥିରେ ଜିଲା କମିଟି ଉପସଭାପତି ମାନସ ରଞ୍ଜନ ପ୍ରଧାନ, କୈଳାସ ପରିଡ଼ା,ଶୀତାକାନ୍ତ ପଣ୍ଡା, ନଳିନୀ ଉଦଗାତା,ପ୍ରଭାତ କୁମାର ଖଟୁଆ, ସୁକାନ୍ତ ସାହୁ ପ୍ରମୁଖ ଵହୁ ଦଳୀୟ କର୍ମୀ ଯୋଗ ଦେଇ ଦୁଇ ଯୋଗଜନ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅଵସରରେ ଜିଲା ସଭାପତି ମାନସ ଚୈ।ଧୂରୀଙ୍କ ଅନୁମୋଦନ କ୍ରମେ ବ୍ଲକ୍ କମିଟିର ନାଁ ଘୋଷଣା କରାଯାଇଥିଲା। ଏଥିରେ ଉପସଭାପତି ଭାଵେ ଶଙ୍କର ପଟ୍ଟନାୟକ, କୈଳାସ ପରିଡା, ଦେବେନ୍ଦ୍ର ମହାନ୍ତି, ବ୍ରଜକିଶୋର ସାହୁ, ବଳରାମ ମଲିକ ରହିଥିବା ଵେଳେ ସାଧାରଣ ସମ୍ପାଦକ ଭାଵେ ସଂଜୟ ପରିଡା, ଶିତାକାନ୍ତ ପଣ୍ଡା, ସଂଜୟ ସାମଲ, ପ୍ରତ୍ୟୁଷ ମହାରଣା, ମିହିର ଦାସ, ନଳିନୀ ଉଦଗାତା, ପ୍ରଭାତ ଖଟୁଆ, ରମେଶ ମଲ୍ଲିକ ଏବଂ କୋଷାଧ୍ୟକ୍ଷ ଭାଵେ ସଂଜୟ ପରିଡା ମନୋନୀତ ହୋଇଛନ୍ତି। ସେହିପରି ୩୦ ଜଣ ସଂପାଦକ ହୋଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ରଖାଯାଇଥିଵା ସଭାପତି ପ୍ରତାପ ମଲ୍ଲିକ ଙ୍କ ଠାରୁ ଜଣାଯାଇଛି। ଓଡ଼ିଶା ସମାଚାର
