ଭୁବନେଶ୍ୱର,୦୨/୧୦/୨୦୨୧(ଓଡ଼ିଶା ସମାଚାର)- ନେତାଜୀ ସୁଭାଷବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀବର୍ଷ ପାଳନ ଅବସରରେ ତୈ୍ରମାସିକ ପତ୍ରିକା ଯୁଗ ପ୍ରବର୍ତକ ପକ୍ଷରୁ ଅନୁଷ୍ଠିତ ଅନଲାଇନ୍ ଚିତ୍ରକଳା ପ୍ରଦର୍ଶନୀରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ଆଜି କଲେଜ ପରିସରରେ ଅନୁଷ୍ଠିତ ଏକ ସଭାରେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । କଲେଜର ଅଧ୍ୟାପକ ଶ୍ରୀ ବିଶ୍ୱକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ କଲେଜର ଅଧ୍ୟାପିକା ସସ୍ମୀତା କାମିଲା ଓ ଯୁଗ ପ୍ରବର୍ତକ ର ସମ୍ପାଦକ ରାଜେନ୍ଦ୍ର ବର୍ମ୍ମା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପ୍ରଦର୍ଶନୀର ଫଟୋ ସମ୍ବଳିତ ଯୁଗ ପ୍ରବର୍ତକ ର ସଂଖ୍ୟା ପ୍ରଦାନ କରାଯାଇଥିଲା ।ସଭାରେ ଯୁଗ ପ୍ରବର୍ତକ ରସମ୍ପାଦକ ଶ୍ରୀ ରାଜେନ୍ଦ୍ର ବର୍ମ୍ମା ବକ୍ତବ୍ୟ ରଖି ଚିତ୍ରଶିଳ୍ପି ମାନେ କିପରି ଯୁଗେ ଯୁଗେ କଳାଚର୍ଚ୍ଚା କରିବା ଭିତର ଦେଇ ସମାଜ ପରିବର୍ତନର ବାର୍ତାବହନ କରିଛନ୍ତି ,ତାହା ଉପରେ ଆଲୋକପାତ କରିବା ସେଙ୍ଗସେଙ୍ଗ ନେତାଜୀ ସଭାଷ ବୋଷ ଙ୍କ ଉପରେ ଚିତ୍ରକଳା ପ୍ରସ୍ତୁତ କରି ତାଙ୍କ ମହାନ ବାର୍ତାଗୁଡିକୁ ଜନସାଧାରଣଙ୍କ ନିକଟକୁ ନେଇଯିବାକୁ ଆହ୍ୱାନ ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ ହୋଇଥିଲେ ସେମାନେ ହେଲେ ରଶ୍ମିତା ଭୁୟାଁ, ଆଦ୍ୟାଶା ମିଶ୍ର, ଅର୍ପୀତା ଦାସ, ଗତିକୃଷ୍ଣ ନାୟକ, ଶକ୍ତି ରଞ୍ଜନ ବାରିକ, ଜ୍ୱ୍ୟୋର୍ତିଦେବ ସିଂହ ଓ ସୁଲାଗ୍ନା ଦାସ ପ୍ରମୁଖ । ଓଡ଼ିଶା ସମାଚାର